Corona Odisha: ଆଜି ଓଡ଼ିଶାରୁ ପୁଣି ୪ ହଜାର ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ, ବଢିଲା ସ୍ଥାନୀୟ ସଂକ୍ରମଣ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା ଦ୍ଵିତୀୟ ଲହର ତୀବ୍ର ଗତିରେ ଆଗକୁ ବଢି ଚାଲିଛି। ଆଜି ରାଜ୍ୟର ୩୦ଜିଲ୍ଲାରୁ ଲଗାତାର ଭାବେ ୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରୁ ୪ ହଜାର ୭୬୧  ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୭୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୯୭୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୮୨୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୮୧ଜଣ, ବାଲେଶ୍ଵରରୁ ୮୪ଜଣ, ବରଗଡ଼ରୁ ୧୯୮ଜଣ, ଭଦ୍ରକରୁ ୬୩ଜଣ, ବଲାଙ୍ଗୀରିରୁ ୩୨୨ଜଣ, ବୌଦ୍ଧରୁ ୨୩ଜଣ, କଟକରୁ ୧୭୬ଜଣ, ଦେଓଗଡ଼ରୁ ୩୧ଜଣ, ଢେଙ୍କାନାଳରୁ ୬ଜଣ, ଗଜପତିରୁ ୩୧ଜଣ, ଗଞ୍ଜାମରୁ ୪୯ଜଣ, ଜଗତସିଂପୁରରୁ ୨୨ଜଣ, ଯାଜପୁରରୁ ୮୬ଜଣ, ଝାରସୁଗୁଡାରୁ ୨୩୪ଜଣ, କଳାହାଣ୍ଡିରୁ ୧୬୭ଜଣ, କନ୍ଧମାଳରୁ ୨୫ଜଣ, କେଉଁଝରରୁ ୧୦୩ଜଣ, କୋରାପୁଟରୁ ୩୧ଜଣ, କେନ୍ଦ୍ରାପଡ଼ାରୁ ୫୦ଜଣ, ମୟୁରଭଞ୍ଜରୁ ୮୬ଜଣ, ମାଲକାନଗିରିରୁ ୬ଜଣ, ନବରଙ୍ଗପୁରରୁ ୧୫୪ଜଣ, ନୟାଗଡ଼ରୁ ୬୩ଜଣ,ନୂଆପଡ଼ାରୁ ୫୩୪ଜଣ, ପୁରୀରୁ ୧୯୩ଜଣ, ରାୟଗଡାରୁ ୬୦ଜଣ, ସମ୍ବଲପୁରରୁ ୧୮୩ଜଣ, ସୋନପୁରରୁ ୪୭ଜଣ, ସୁନ୍ଦରଗଡ଼ରୁ ୬୭୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୬୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୬ ଲକ୍ଷ ୬୮ ହଜାର ୪୦୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୭୭ହଜାର ୪୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୫୦୩ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୭ ହଜାର ୬୩୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭ହଜାର ୮୨୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Corona Vaccine: ମେ ୧ରୁ ୧୮ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟୀକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Share this: