Odisha Covid19 Updates: କୋଭିଡ଼୍ ପରିଚାଳନା ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଇଛି ୮୦୨ କୋଟି ଟଙ୍କା

Share this:

ଭୁବନେଶ୍ଵର: କୋଭିଡ଼୍-୧୯ (Covid -19) ପରିଚାଳନା ପାଇଁ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର (Anurag Thakur ) ଗତକାଲି ଲୋକସଭାରେ ଏକ ଲିଖିତ ଉରରରେ କହିଛନ୍ତି। ଏହି ଅର୍ଥ ଏସ୍.ଡି.ଆରଏଫ୍ (State Disaster Response Fund -SDRF) ପାଣ୍ଠିରୁ ପ୍ରଦାନ କରାଯାଇଛି। ଏହାସହିତ ଦେଶର ମହାରାଷ୍ଟ୍ରକୁ ୧୬ ଶହ ୧୧ କୋଟି ଟଙ୍କା, ଉତ୍ତର ପ୍ରଦେଶକୁ ୯୬୬ କୋଟି ଓ ମଧ୍ୟପ୍ରଦେଶକୁ ୯୧ କୋଟି ଟଙ୍କା ମିଳିଥିବାର ସେ ସୂଚନା ଦେଇଛନ୍ତି।

ସେହିପରି କୋଭିଡ଼ର ସଫଳ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଡ଼ିଶା (Odisha ) ସମେତ ୧୨ଟି ରାଜ୍ୟରେ କରୋନା ସ୍ଥିତି ଏବଂ ଅମ୍ଳଜାନ ଉପଲବ୍ଧତା ସମ୍ପର୍କରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ (Piyush Goyal) ସମୀକ୍ଷା କରିଥିଲେ। ଏହି ବୈଠକରେ କରୋନା ନମୂନା ପରୀକ୍ଷାକୁ ବୃଦ୍ଧି କରିବାପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ଏହିସବୁ ରାଜ୍ୟ ଗୁଡ଼ିକରେ ଉପଲକୁ ସ୍ଵାସ୍ଥ୍ୟ ସମ୍ବଳ ଏବଂ ପ୍ରତିଟି ଜିଲ୍ଲାରେ ଅମ୍ଳଜାନ ଉପଲବ୍ଧତା ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି।

Also Read:

India Covid19 Updates: ଭାରତରେ ପୁଣି ୯୨୬୦୫ କରୋନା ସଂକ୍ରମିତ ଚିହ୍ନଟ,୧୧୩୩ ମୃତ; ମୋଟ ଆକ୍ରାନ୍ତ ୫୪ ଲକ୍ଷ ପାର

School Reopens: ୨୧ ସେପ୍ଟେମ୍ବରରୁ କେଉଁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି

Share this: