Covid Vaccine: କରୋନା ଟୀକା ଦ୍ୱିତୀୟ ଡୋଜ୍‍ ନିୟମ ସଂଶୋଧନ

Share this:

ଭୂବନେଶ୍ଵର: ରାଜ୍ୟ ତଥା ଦେଶରେ କୋଭିସିଲ୍ଡ ଟିକା (Covishield Vaccine) ର ଦ୍ୱିତୀୟ ଡୋଜ୍‍ (Second Dose) ନେବା ନିୟମରେ ହୋଇଥିବା ପରିବର୍ତ୍ତନରେ ପୁଣି ସଂଶୋଧନ ଅଣାଯାଇଛି।

ଯେଉଁ ହିତାଧିକାରୀ ଚଳିତ ମାସ ୧୪ ତାରିଖ ପୂର୍ବରୁ କୋ-ୱିନ୍‍ ପୋର୍ଟାଲ୍‍ (CoWin Portal) ରେ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ପଞ୍ଜିକରଣ କରିଥିଲେ ଏବଂ ତାଙ୍କୁ ପଞ୍ଜିକରଣ ସ୍ଲଟ୍‍ ମେସେଜ ମୋବାଇଲ୍‍ ଫୋନରେ  ମିଳିଥିଲା, ସେ କ୍ଷେତ୍ରରେ ତାଙ୍କୁ ଟିକା ମିଳିବ। ସମ୍ପୃକ୍ତ ହିତାଧିକାରୀଙ୍କ କ୍ଷେତ୍ରରେ କୋ-ୱିନ୍‍ ପୋର୍ଟାଲ୍‍ରୁ ପୁନଶ୍ଚ ବାର୍ତ୍ତା ପଠାଯାଇ ପାରିବେ ନଚେତ ସମ୍ପୃକ୍ତ ବ୍ୟକ୍ତି ୮୪ ଦିନ ପୂର୍ବରୁ ଟିକା ନେବା ପାଇଁ ପୁନର୍ବାର ପଞ୍ଜିକରଣ କରିପାରିବେ।

ଏହାକୁ କୋ-ୱିନ୍‍ ପୋର୍ଟାଲ୍‍ ଗ୍ରହଣ କରି ପୁନଶ୍ଚ ତାଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ନେବା ପାଇଁ ବାର୍ତ୍ତା ଦେବେ। ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ କୋ-ୱିନ୍‍ ପୋର୍ଟାଲ୍‍ରେ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଜଣାଇଛନ୍ତି। ପଞ୍ଜିକରଣ କରିନଥିବା ହିତାଧିକାରୀଙ୍କୁ କୌଣସି ପରିସ୍ଥିତିରେ ୮୪ ଦିନ ପୂର୍ବରୁ ଟିକା ମିଳିବ ନାହିଁ କିମ୍ବା ସେମାନେ କୋ-ୱିନ୍‍ ପୋର୍ଟାଲ୍‍ରେ ପଞ୍ଜିକରଣ କରିପାରିବେ ନାହିଁ।

Also Read | Odisha Lockdown: ରାଜ୍ୟରେ ପୁଣି ବଢିଲା ଲକ୍‍ଡାଉନ୍‍,କଡାକଡି ହେବ ଯାଞ୍ଚ

Share this: