Odisha Lockdown: ରାଜ୍ୟରେ ପୁଣି ବଢିଲା ଲକ୍‍ଡାଉନ୍‍,କଡାକଡି ହେବ ଯାଞ୍ଚ

Share this:

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ (Corona Virus) ର ଦ୍ୱିତୀୟ ଲହରକୁ ପ୍ରତିହତ କରିବାପାଇଁ ସରକାର ଲକ୍‍ଡାଉନ୍‍ (Lockdown) ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ଏହି ଅବଧିକୁ ଆସନ୍ତା ଜୁନ୍‍ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ପୂର୍ବରୁ ଜାରି ଲକ୍‍ଡାଉନ୍‍ ଅବଧି ଆସନ୍ତାକାଲି ସକାଳେ ଶେଷ ହେଉଥିବାବେଳେ ଏହାକୁ ପୁଣି ସମ୍ପ୍ରସାରିତ କରାଯାଇଛି। ସେ କହିଛନ୍ତି,ପ୍ରଥମ ଲକ୍‍ଡାଉନ୍‍ ସତ୍ତ୍ୱେ ରାଜ୍ୟରେ ଗତ କିଛିଦିନ ହେବ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଏହାକୁ ପ୍ରଶମିତ କରିବାପାଇଁ ସରକାର ବାଧ୍ୟ ହୋଇ ଆଉ ଦୁଇ ସପ୍ତାହ ଲକ୍‍ଡାଉନ୍‍ ବୃଦ୍ଧି କରିଛନ୍ତି। ତେବେ ପୂର୍ବରୁ ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାପାଇଁ ଯେଉଁ କୋହଳ ଦିଆଯାଉଥିଲା, ସେଥିରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଣିକି ଲୋକେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପନିପରିବା ଆଦି କିଣିପାରିବେ।

TV_assoc

ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ। ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ରେ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ପାଇଁ କଟକଣା ଜାରି କରାଯାଇଛି। ବିବାହ ଓ ବ୍ରତଘର ଆଦି କାର୍ଯ୍ୟରେ କେବଳ ମୋଟ ୨୫ ଜଣଙ୍କୁ ଅନୁମତି ଦିଆଯାଇଥିବାବେଳେ ସେଥିରେ ଅତିଥିମାନଙ୍କୁ ଖାଦ୍ୟପୁଡ଼ିଆ ବଣ୍ଟନ ପାଇଁ ଅନୁମତି ମିଳିଛି। ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ। ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।

amazon-adv

ଲକଡାଉନ ସମୟରେ  ଖୋଲା ରହିବ:

  • ଲକଡାଉନ ସମୟରେ ଟିକାକରଣ ଜାରି ରହିବ
  • ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ
  • ରାଜ୍ୟ ଭିତରେ ଓ ବାହାରେ ଚଳାଚଳ କରିବ ଆମ୍ବୁଲାନ୍ସ
  • ଚାଲୁ ରହିବ ବ୍ୟାଙ୍କ ଓ ଏଟିଏମ ସେବା
  • ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି।
  • ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ
  • କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ
  • ପରିବହନ ସେବା କଟକଣା ମୁକ୍ତ ହେବ
  • ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି
  • ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ
  • ଘରଠାରୁ ୫୦୦ମିଟର ଦୂରତା ଭିତରେ ସକାଳ ୭ ରୁ ମଧ୍ୟାହ୍ନ ୧୧ ଟା ଭିତରେ ସୋମବାରରୁ ଶୁକ୍ରବାର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ
  • ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ
  • ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ

ଲକଡାଉନ ସମୟରେ ବନ୍ଦ ରହିବ:

  • ଯାତ୍ରୀବାହୀ ବସ ଚଳାଚଳ
  • ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ
  • ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ
  • ଯାତ୍ରା, ଅପେରା,ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ  
  • ସାପ୍ତାହିକ ଓ ଦୈନିକ ହାଟ ବନ୍ଦ
  • ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ
  • ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା
  • ଛାପା, ବୈଦୁତିକ ଗଣମାଧ୍ୟମ, ୱେବ୍ ମିଡିଆକୁ ଅନୁମତି (କେବଳ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ)
  • ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
  • ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
  • ବିବାହରେ ସର୍ବାଧିକ ୨୫ କୁ ଅନୁମତି
  • ଖବରକାଗଜ ବିତରଣ ସକାଳ ୫ରୁ ୮ ଅନୁମତି
  • ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଜାରିରହିବ
  • ଡ଼ିଟିଏଚ, ମୋବାଇଲ ରିଚାର୍ଜ ଜାରି ରହିବ

Also Read | Corona Odisha: ଆଜି ପୁଣି ଓଡ଼ିଶାରୁ ୧୦ହଜାର ୩୨୧ କରୋନା ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *