ରାଜ୍ୟରେ ଆଜି ୧୨କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୨୫୯ କୁ ବୃଦ୍ଧି

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି  । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ,ଗଞ୍ଜାମ, କେନ୍ଦୁଝର,ଓ କନ୍ଧମାଳ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ସୁନ୍ଦରଗଡ଼ ,ବାଲେଶ୍ଵର, ଗଜପତି ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ଦୁଇ ମୃତକ ହେଲେ ଭୁବନେଶ୍ଵର ର  ୬୦ ଓ ୬୭ ବର୍ଷିୟ ପୁରୁଷ। ୬୦ ବର୍ଷୀୟ ଜଣଙ୍କ ଫୁସଫୁସ ଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ ଏବଂ ୬୭ ବର୍ଷୀୟ ଜଣକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଞ୍ଜାମର ୨ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୪୮ ବର୍ଷିୟ ପୁରୁଷ ଓ ୬୧ ବର୍ଷ ବୟସ୍କା ମହିଳା। ପୁରୁଷ ଜଣକ ମଧୁମେହ ଓ ମହିଳା ଜଣକ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

କନ୍ଧମାଳ ଜିଲ୍ଲାର ଦୁଇ ପୁରୁଷଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ବୟସ ଯଥାକ୍ରମେ ୫୫ ଓ ୬୦ ବର୍ଷ। ଉଭୟେ ମଧୁମେହରେ ପୀଡ଼ିତ ଥିଲେ। କେନ୍ଦୁଝର ଜିଲ୍ଲାର ଦୁଇ ମୃତକ ପୁରୁଷଙ୍କ ବୟସ ୭୯ ଓ ୬୦ ବର୍ଷ। ପ୍ରଥମ ଜଣକ  ଉଚ୍ଚ ରକ୍ତଚାପ ଓ ୨ୟ ଜଣକ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପର ବାଲେଶ୍ଵରରୁ ମୃତ ୫୭ ବର୍ଷୀୟ ପୁରୁଷ ଓ ସେ ମଧୁମେହ ପୀଡ଼ିତ। ବରଗଡ଼ରୁ ମୃତ ୬୦ ବର୍ଷୀୟ ପୁରୁଷ ଯଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।

ସେହିପରି ଗଜପତି  ଜିଲ୍ଲାର ଯେଉଁ ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କ ବୟସ ୫୯ ବର୍ଷ ଓ ସେ ଉଚ୍ଚ ରକ୍ତଚାପ ଓ ହୃଦରୋଗ ରେ ପୀଡ଼ିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୫୫ ବର୍ଷ ବୟସ୍କା ମହିଳା ପ୍ରାଣ ହରାଇଛନ୍ତି ଯଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିବା ଜଣାଯାଇଛି।

Share this: