Odisha Weather:ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ବାତ୍ୟା ସମ୍ଭାବନା

Share this:

ଭୁବନେଶ୍ଵର:କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟା (Cyclone) ର ରୂପ ନେଇପାରେ। ଏହା ଓଡ଼ିଶା ମୁହାଁ ହୋଇପାରେ ବୋଲି ଆଶା କରାଯାଉଛି। ଏହି ଲଘୁଚାପ ଆସନ୍ତା ୨୩ ତାରିଖରେ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଏହା ସହିତ ଅନ୍ୟସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

[amazon_auto_links id=”9939″]

Also Read | ଦ୍ଵିତୀୟ ଲହର Corona ଯୁଦ୍ଧରେ ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି:IMA

Share this:

Leave a Reply

Your email address will not be published. Required fields are marked *