PM Kisan 12th Installments: ମୋଦୀ ସରକାରଙ୍କ ଚାଷୀଙ୍କୁ ଦଶହରା ଭେଟି; ଏହି ଦିନ ମିଳିବ ୪ହଜାର ଟଙ୍କା

Share this:

ନୂଆଦିଲ୍ଲୀ: PM Kisan 12th Installments: ମୋଦୀ ସରକାର ଦଶହରାରେ  ଚାଷୀଙ୍କୁ ଉପହାର ଦେବାକୁ ଯୋଜନା କରିଛନ୍ତି। ହଁ, ସରକାର ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ ଅକ୍ଟୋବର ୧ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ର ଦ୍ୱାଦଶ କିସ୍ତି (PM Kisan 12th Instalments) ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

କେବଳ ଏତିକି ନୁହେଁ, ଯେଉଁ ଚାଷୀଙ୍କ ଆକାଉଣ୍ଟରେ ଏକାଦଶ କିସ୍ତିର ଟଙ୍କା ଆସିନାହିଁ ଯଦି ସେମାନେ e-Kyc କରିଥିବେ, ତେବେ ଉଭୟ କିସ୍ତିର ଟଙ୍କା ଏକାସାଙ୍ଗରେ ସେମାନଙ୍କ ଆକାଉଣ୍ଟରେ ଜମା କରାଯିବାକୁ ସରକାର ଯୋଜନା କରିଛନ୍ତି। ଅର୍ଥାତ ଉଭୟ କିସ୍ତିର ୪ ହଜାର ଟଙ୍କା ଏହିପରି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।

amazon+home

ସୂଚନା ଯୋଗ୍ୟ ପିଏମ କିସାନ ଯୋଜନାରେ ସରକାର କୃଷକମାନଙ୍କୁ ବାର୍ଷିକ ୬ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସରକାର ଏହି ଟଙ୍କା ୩ଟି କିସ୍ତିରେ ଚାଷୀଙ୍କୁ ଦେଉଛନ୍ତି। ଏପର୍ଯ୍ୟନ୍ତ ସାରା ଦେଶରେ କୃଷକମାନେ ୧୧ଟି କିସ୍ତି ଟଙ୍କା ପାଇସାରିଛନ୍ତି। ବର୍ତ୍ତମାନ କୃଷକମାନେ ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦ୍ୱାଦଶ କିସ୍ତିର ଟଙ୍କାକୁ ଅକ୍ଟୋବର ୧ ଅର୍ଥାତ୍ ୨ ଦିନ ପରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠେଇବେ। ଦଶହରା ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯିବ।

best mobiles

ଟଙ୍କା ଆସିଛି ନା ନାହିଁ ଏପରି ଯାଞ୍ଚ କରନ୍ତୁ

ପ୍ରଥମେ ଯୋଗ୍ୟ କୃଷକମାନଙ୍କୁ ସରକାରୀ ୱେବସାଇଟ୍ https://pmkisan.gov.in/ ପରିଦର୍ଶନ କରିବାକୁ ପଡିବ।

  • ଏହା ପରେ, ‘Beneficiary Status’ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ, ଖୋଲୁଥିବା ନୂତନ ପୃଷ୍ଠାକୁ ଯାଆନ୍ତୁ ଏବଂ ‘Get Data’ ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ଆପଣ ଆପଣଙ୍କ ଆକାଉଣ୍ଟରେ PM Kisan ର ସ୍ଟେଟସ ବିଷୟରେ ଜାଣିପାରିବେ।

ଯେଉଁ ଚାଷୀମାନେ PM Kisan ୱେବସାଇଟରେ e-Kyc କରିନାହାନ୍ତି ସେମାନଙ୍କର ଦ୍ୱାଦଶ କିସ୍ତି ମଧ୍ୟ ଅଟକି ଯିବାର ସମ୍ଭାବନା ଅଛି।

Read Also | Kalia Yajona eKyc: ମିଳିଲା କାଳିଆ କିସ୍ତି; ଟଙ୍କା ପାଇନଥିଲେ, କରନ୍ତୁ ekyc

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *