PMGKAY: ମୋଦୀ ସରକାରଙ୍କ ବଡ଼ ଘୋଷଣା, ପୁଣି ମିଳିବ ୩ ମାସ ମାଗଣା ରାସନ

Share this:

ନୂଆଦିଲ୍ଲୀ: Free Ration Odisha For Next 3 Months ମୋଦୀ ସରକାର (Modi Govt) ଙ୍କ ବଡ଼ ଘୋଷଣା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (Free Ration Pradhan Mantri Garib Kalyan Anna Yojana-PMGKAY) ର ଅବଧିକୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ (Cabinet Decision) ରେ ମଞ୍ଜୁରି ମିଳିଛି। ପିଏମଜିକେଏୱାଇ ଯୋଜନାର ସପ୍ତମ ପର୍ଯ୍ୟାୟ ଚଳିତ ଅକ୍ଟୋବର ମାସରୁ ଆସନ୍ତା ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ତିନି ମାସ ଲାଗି କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେତେକ ଜନକଲ୍ୟାଣକାରୀ ଯୋଜନାର ଘୋଷଣା କରିଥିଲେ। ଏହି ଘୋଷଣା ଅନୁରୂପ ଦେଶରେ ପିଏମଜିକେଏୱାଇ ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯୋଜନାକୁ ଆହୁରି ତିନି ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

amazon-big sale

କୋଭିଡ ମହାମାରୀ (Covid Pandemic) ପ୍ରକୋପ ହ୍ରାସ ପାଉଥିଲେ ମଧ୍ୟ ସାରା ବିଶ୍ବ ଏବେ ଏହାର ପ୍ରଭାବକୁ ନେଇ ସଂଘର୍ଷ କରୁଛି। ଏହା ବ୍ୟତୀତ ଅନ୍ୟ କାରଣଗୁଡ଼ିକୁ ନେଇ ସାରା ଦୁନିଆରେ ଅସ୍ଥିରତା ଓ ଅସୁରକ୍ଷା ଭାବନା ଦେଖା ଦେଇଛି। ଏଭଳି ଏକ ସମୟରେ ଭାରତ ସଫଳତା ପୂର୍ବକ ସମାଜର ସବୁଠୁ ଦୁର୍ବଳ ବର୍ଗଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଶସ୍ତା ଓ ସୁଲଭ ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି।

Related Post | PM Kisan 12th Installments: ମୋଦୀ ସରକାରଙ୍କ ଚାଷୀଙ୍କୁ ଦଶହରା ଭେଟି; ଏହି ଦିନ ମିଳିବ ୪ହଜାର ଟଙ୍କା

ମହାମାରୀ କାରଣରୁ ଦେଶର ସାଧାରଣ ଲୋକଙ୍କୁ ଏକ କଷ୍ଟକର ସମୟ ଦେଇ ଗତି କରିବାକୁ ପଡ଼ିଛି। ସରକାର ଏହାକୁ ହୃଦୟଙ୍ଗମ କରି ପିଏମଜିକେଏୱାଇ ଯୋଜନାର ଅବଧିକୁ ଆଉ ତିନି ମାସ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ସମାଜର ଦୁର୍ବଳ ବର୍ଗ ଓ ଗରିବ ଲୋକମାନଙ୍କୁ ଆଗାମୀ ନବରାତ୍ରୀ, ଦଶହରା, ମିଲାଦ-ଉନ୍‌ –ନବୀ, ଦୀପାବଳୀ, ଛଟ ପୂଜା, ଗୁରୁ ନାନକ ଦେବ ଜୟନ୍ତୀ, ବଡ଼ ଦିନ ଭଳି ପର୍ବ ସମୟରେ ଜରୁରି ସହାୟତା ମିଳିପାରିବ। ଏସବୁ ସାମୁଦାୟିକ ପର୍ବକୁ ଲୋକମାନେ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରିଥାନ୍ତି। ସରକାର ପିଏମଜିକେଏୱାଇ ଯୋଜନାର ଅବଧି ଆଉ ତିନି ମାସ ପାଇଁ ବଢ଼ାଇଥିବା କାରଣରୁ ଲୋକମାନଙ୍କ ପାଖରେ ବିନା ଆର୍ଥିକ ଚାପରେ ସହଜରେ ଖାଦ୍ୟଶସ୍ୟ ଉପଲବ୍ଧ ହୋଇପାରିବ ଯାହାଫଳରେ ସେମାନେ ହର୍ଷଉଲ୍ଲାସର ସହିତ ପାର୍ବଣ ଋତୁକୁ ଉପଭୋଗ କରିପାରିବେ।

smart watch

ଏହି କଲ୍ୟାଣମୂଳକ ଯୋଜନା ଅଧୀନରେ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯାଇଥାଏ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA), ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର ସମେତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ଯୋଜନାରେ ଲାଭ ପାଉଥିବା ହିତାଧିକାରୀମାନେ ଏହି ଯୋଜନାର ଲାଭ ପାଇପାରିବେ।

Read Also | Odisha Weather Updates : ରାଜ୍ୟରେ ଆସନ୍ତା ୨ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଅକ୍ଟୋବର ୧ରୁ ଆହୁରି ବଢିବ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *