Odisha Covid Today: ପୁଣି ବଢିଲା! ଓଡିଶାରୁ ୨୦୮ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid Today district wise last 24 hours ଓଡ଼ିଶାରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୧୬୭ଜଣ କରୋନା ସଂକ୍ରମିତ ( Odisha Covid Today) ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୦୮ଜଣ (Covid) ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୨୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୧୪ଜଣ, ବରଗଡ଼ରୁ ୩ଜଣ, ଭଦ୍ରକରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀରିରୁ ୮ଜଣ, କଟକରୁ ୨୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ଜଣେ, ଗଜପତିରୁ ୬ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ୫ଜଣ, ଯାଜପୁରରୁ ୨ଜଣ, କଳାହାଣ୍ଡିରୁ ୪ଜଣ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡାରୁ ୬ଜଣ, କେଉଁଝରରୁ ୨ଜଣ, ଖୋର୍ଦ୍ଧାରୁ ୨୬ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୦ଜଣ, ନବରଂଗପୁରରୁ ଜଣେ, ନୟାଗଡରୁ ୫ଜଣ, ନୂଆପଡ଼ାରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, ସମ୍ବଲପୁରରୁ ୧୫ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୩୫ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୬ଜଣ ଚିହ୍ନଟ ହୋଇଛନ୍ତି।

tv

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୨୩୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୩ ହଜାର ୪୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୪ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୩ ହଜାର ୩୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୨୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

mahimalive news
amazon+home

Read Also | Odisha Weather: ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା, ୨୦ ଜିଲ୍ଲାକୁ ଚେତାବନୀ,୧ରେ ଘୂର୍ଣ୍ଣିବଳୟ

amazon_coupons
Share this:

Leave a Reply

Your email address will not be published. Required fields are marked *