ଦିନକୁ ଦିନ ନୂଆ ରେକର୍ଡ ସହ ବଢୁଛି କରୋନା ପଜିଟିଭ ସଂଖ୍ୟା , ଆଜି ୧୫୦୩ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି ୧୫୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୫୦୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୪୯୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୧୩୬ଜଣ କନ୍ଧମାଳ  ରୁ ୭୩ ଜଣ,କୋରାପୁଟ  ରୁ ୩୪ ଜଣ , କେଉଁଝର ରୁ ୪୩ଜଣ, କେନ୍ଦ୍ରାପଡ଼ା ରୁ ୯ଜଣ ଓ କଳାହାଣ୍ଡି  ରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା  ଜିଲ୍ଲା ରୁ ୬୮ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୫୭ ଜଣ,ସମ୍ବଲପୁର ଜିଲାରୁ ୧୭ ଜଣ  ଓ ସୋନପୁର ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୫୧ଜଣ ,ଜଗତସିଂହପୁର ରୁ ୬ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୦ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୨୩ ଜଣ, ବାଲେଶ୍ଵର ରୁ ୧୯ଜଣ, ଭଦ୍ରକ ଜିଲ୍ଲାରୁ ୨୫ଜଣ,ବୌଦ୍ଧରୁ ୧ଜଣ  ଏବଂ ବଲାଙ୍ଗୀରି ଜିଲ୍ଲାରୁ ୨୧ଜଣ ସଂକ୍ରମିତ ହୋଇଛନ୍ତି।ଗଜପତି ରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ ରୁ ୮ଜଣ ଓ ନବରଂଗ ପୁର ରୁ ୨ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳ ରୁ ୩୨ଜଣ  ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ଜଣେ  ସଂକ୍ରମିତ ହୋଇଛନ୍ତି।  ମୟୁରଭଞ୍ଜ ରୁ ୨୮ ଜଣ ଓ ମାଲକାନଗିରି ରୁ ୩୪ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪  ଲକ୍ଷ ୬୭ ହଜାର ୪୪୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୬ ହଜାର ୮୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ହଜାର ୭୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ହଜାର ୯୧୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

From The Web

Share this: