Dhenkanal Corona Report: ଆଜି ଢେଙ୍କାନାଳ ଜିଲ୍ଲାରେ ୪୧ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ନୂଆ ୪୧ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୨ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କାରନ୍ଦାରୁ ୫ଜଣ, ପଞ୍ଚପଡାରୁ ୩ଜଣ ଏବଂ କୁକୁଟା ଓ ହରିହରପୁରରୁ ୨ଜଣ ଲେଖାଏଁ ଅଛନ୍ତି। ନୂଆହିନ୍ଦୋଳ ଏବଂ ସଦାବେରେଣୀରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।

mahimalive

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଜୁବୁଲି ଟାଉନରୁ ୪ଜଣ ଏବଂ ହାଟରୋଡ଼ରୁ ଜଣେ ଅଛନ୍ତି। ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଲୋଚାପାଲି, ଶୁଆଖାଇକାଟେଣି, ଲମ୍ବୋଦରପୁର ଏବଂ ନାଡିଆଳିରୁ ଜଣେ ଲେଖାଏଁ ଅଛନ୍ତି।

ପର୍ଜଙ୍ଗ ବ୍ଲକରୁ ୩ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାଣିକମରା, କଙ୍କଡାସୋଡା ଏବଂ କୁଟୁରିଆରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୩ଜଣଙ୍କ ମଧ୍ୟରେ କାଳିଆହତା, ରଙ୍ଗମାଟିଆ ଏବଂ ବୈଶିଙ୍ଗାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରୁ ୪ଜଣଙ୍କ ମଧ୍ୟରୁ ବାରଦା, ଯୋରନ୍ଦା, ଲହଡା ଏବଂ ମହୁଲଖୋଳିରୁ ଜଣେ ଲେଖାଏଁ ଅଛନ୍ତି। ଓଡାପଡା ବ୍ଲକ (Oapada Block) ରୁ ଗୁଣଦେଇରୁ ଜଣେ, ଭୁବନ ବ୍ଲକର ମାର୍ଥପୁରରୁ ଜଣେ ଅଛନ୍ତି। କାମାକ୍ଷାନଗର NAC ରୁ ଜଣେ ଅଛନ୍ତି। କଙ୍କଡାହାଡ ବ୍ଲକ ମହାବୀରରୋଡ଼ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ୧୯୬୦ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୭୦  ହଜାର ୩୧୫ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୫୯୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୧ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୯୨୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Coronavirus: ଓଡ଼ିଶାରେ ପୁଣି କରୋନା ନେଲା ୫୬ ଜଣଙ୍କ ଜୀବନ

Share this: