Cuttack Kali Puja: କାଳିପୂଜା ପାଇଁ ଗାଇଡଲାଇନ ଜାରି

Share this:

କଟକ: କଟକରେ କାଳୀପୂଜା ପାଇଁ କମିଶନରେଟ ପୋଲିସ (Commisonarate Police) ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଦୁର୍ଗାପୂଜା ଭଳି କାଳିପୂଜାକୁ ମଧ୍ୟ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ।

ଚଳିତଥର କାଳିପୂଜାରେ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପରଦା ଢାଙ୍କି ବିନା ଭକ୍ତରେ ପୂଜା କରିବାକୁ ପୂଜା କମିଟିଗୁଡିକୁ ଅନୁରୋଧ କରାଯାଇଛି। ସୁରକ୍ଷା ପାଇଁ ସହରରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ଓ ୫୦ ଜଣ ପୋଲିସ ଅଧିକାରୀ ଏହାର ତଦାରଖ କରିବେ। ଏଥି ସହିତ ମୂର୍ତି ବିସର୍ଜ୍ଜନ ନିମନ୍ତେ ୧୧ଟି କୃତ୍ରିମ ପୁଷ୍କରିଣୀର ବ୍ୟବସ୍ଥା କରାଯାଇଛି ଭସାଣୀ ବେଳେ ପ୍ରତି ପୂଜା ମଣ୍ଡପରୁ ସର୍ବାଧିକ ୭ ଜଣ ଅଂଶଗ୍ରହଣ କରିପାରିବେ ଓ କୌଣସି ଶୋଭାଯାତ୍ରା ଏବଂ ଏବଂ ନୃତ୍ୟଗୀତ ନେଇ ଅନୁମତି ମିଳିବ ନାହିଁ।

Also Read | Odisha Covid19: ଆଜି ରାଜ୍ୟରେ ୧୨୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this: