Odisha By-Election: ଆସନ୍ତା କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟଗଣତି, ପ୍ରସ୍ତୁତି ଶେଷ

Share this:

ଭୁବନେଶ୍ଵର: ବାଲେଶ୍ୱର ସଦର (Baleswar Sadar) ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ (Tirtol) ବିଧାନସଭା ଆସନ ଉପନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। କଡାସୁରକ୍ଷା ମଧ୍ୟରେ ଏଥିପାଇଁ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ୍‍ (Postal Ballot) ଗଣତି କରାଯିବ ଓ ପରେ ଇଭିଏମ (EVM)ଭୋଟଗଣତି ହେବ।

ଭୋଟଗଣତି ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଭୋଟଗଣତି କେନ୍ଦ୍ରଗୁଡିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଲେଶ୍ୱରରେ ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତି ଏବଂ ତିର୍ତ୍ତୋଲରେ ଜଗତସିଂହପୁର ଜିଲ୍ଳାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଭୋଟଗଣତି ବ୍ୟବସ୍ଥା କରାଯାଇଥିବାବେଳେ ଭୋଟଗଣତିର ପର୍ଯ୍ୟବେକ୍ଷଣ କରିବେ। ନିର୍ବାଚନ ଫଳାଫଳ ଜାଣିବା ପାଇଁ ଗଣତି କେନ୍ଦ୍ରରେ ଡିସ୍‍ପ୍ଲେ ବ୍ୟବସ୍ଥା କରାଯାଇଛି। ଏଥିସହ ନିର୍ବାଚନ କମିଶନଙ୍କ ୱେବସାଇଟ୍‍ results. eci.gov।.in ରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ।

Also Read | CDS -II, 2019 ପରୀକ୍ଷାରେ ଢେଙ୍କାନାଳ ଝିଅ ଅଦିତି ପରିଡ଼ା ଟପର

Share this: