CDS -II, 2019 ପରୀକ୍ଷାରେ ଢେଙ୍କାନାଳ ଝିଅ ଅଦିତି ପରିଡ଼ା ଟପର

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଝିଅ ଅଦିତି ପରିଡ଼ା (Aditi Parida) ଟପର ହୋଇଛନ୍ତି। ଓଡିଶାର ପ୍ରଥମ ମହିଳା ଯିଏକି ସିଡିଏସ୍ ପରୀକ୍ଷାରେ ଶୀର୍ଷରେ ଅଛନ୍ତି।

ଅଦିତି ଚଳିତ ବର୍ଷର ପୁଣେର ସିମ୍ବିଓସିସ୍ କଲେଜରୁ ସାମ୍ବାଦିକତା ଓ ଗଣଯୋଗଯୋଗରେ ସ୍ନାତକ ହାସଲ କରିଛନ୍ତି। ସେ ୨୦୧୭-୨୦୨୦ ବ୍ୟାଚ୍ ର ଶୀର୍ଷରେ ରହିଛନ୍ତି।  ଜ୍ଞାନ ଏବଂ କଳାର ମିଶ୍ରଣ ହୋଇଥିବା ପରିଡା ମଧ୍ୟ ଓଡ଼ିଶୀ ଏବଂ ଭାରତନାଟ୍ୟମର ଜଣେ ସୁନ୍ଦର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ।

ଭାରତୀୟ ସେନାର ଜଣେ ବ୍ରିଗେଡିୟରରଙ୍କ ଝିଅ ଅଦିତିଙ୍କୁ ମଧ୍ୟ ୨୦୧୬  ରେ ସେନା ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଜାତୀୟ ବିତର୍କ ପ୍ରତିଯୋଗିତାର ଚାମ୍ପିଅନ୍ ହେବାର ମାନ୍ୟତା ଦିଆଯାଇଛି। ସେ ବହୁତ ଭଲ ଭଲିବଲ ଖେଳାଳି ଏବଂ ତାଙ୍କ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ଗୁଡିଆକାଟେଣି ନିକଟସ୍ଥ ନାଧରା ହେଉଛି ଅଦିତିଙ୍କ ପୈତୃକ ଗାଁ। ତାଙ୍କର ଜେଜେ ବାପା ଅବସରପ୍ରାପ୍ତ ପୁଲିସ ଡିଆଇଜି। ବାପା ଭାରତୀୟ ସେନା ବାହିନୀର ବ୍ରିଗେଡିୟର। ମାତ୍ର ୨୦ବର୍ଷ ବୟସରେ ସର୍ବଭାରତୀୟ ସଂଯୁକ୍ତ ରକ୍ଷା ସେବା (Combined Defence Service-II-OTA) ମହିଳା ବର୍ଗରେ ଅଦିତି ଟପର୍‌ ହୋଇଛନ୍ତି।

ଏଭଳି କୀର୍ତ୍ତିମାନ କରିବାରେ ଅଦିତି ରାଜ୍ୟର ପ୍ରଥମ ମହିଳା ବୋଲି ଜଣାପଡ଼ିଛି। ଅଦିତି ଏବେ ଦିଲ୍ଲୀରେ ରହୁଛନ୍ତି।

Also Read | ଆଜିର ରାଶିଫଳ

Share this:

Leave a Reply

Your email address will not be published. Required fields are marked *