PM Kisan: ପିଏମ କିଷାନରେ ୪୨ ଲକ୍ଷରୁ ଅଧିକ ଚାଷୀ ଅଯୋଗ୍ୟ, ଫେରାଇବେ ଟଙ୍କା; ଓଡ଼ିଶାରୁ ୮ ହଜାରରୁ ଅଧିକ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଉଚ୍ଚାଭିଳାଷୀ ଯୋଜନା ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan) ଯୋଜନାରେ ଏକ ପ୍ରମୁଖ ତ୍ରୁଟି ପ୍ରକାଶ ପାଇଛି। ସରକାର ନିଜେ ଏହାକୁ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଦେଶରେ ୪୨ ଲକ୍ଷରୁ ଅଧିକ କୃଷକ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଭୁଲ୍ ଭାବରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ଉଠାଉଛନ୍ତି।

କୃଷି ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶରେ ୪୨ ଲକ୍ଷ ୧୬ ହଜାର ୬୪୩ ଜଣ ଅଯୋଗ୍ୟ କୃଷକ ଚିହ୍ନଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସେମାନଙ୍କ ଆକାଉଣ୍ଟରେ ମୋଟ ୨ ହଜାର ୯୯୨ କୋଟି ୭୫ ଲକ୍ଷ ୧୬ ହଜାର ଟଙ୍କା ଜମା କରାଯାଇଛି, ଯାହା ସରକାରଙ୍କ ଦ୍ୱାରା ପୁନରୁଦ୍ଧାର ହେବ। ସେ କହିଛନ୍ତି ଯେ ପିଏମ କିଷାନ ଯୋଜନାର ଲାଭ ପାଇବା ପାଇଁ ଚାଷୀ ପରିବାର ପାଇଁ ଜମିର ପରିମାଣ ଏକ ମାନଦଣ୍ଡ ନୁହେଁ।

ସୂଚନାଯୋଗ୍ୟ ପିଏମ କିଷାନ ଯୋଜନା ଏକ ନିରନ୍ତର ଓ ଚାଲୁଥିବା କାର୍ଯ୍ୟ। ଯେତେବେଳେ ପିଏମ କିଷାନ ପୋର୍ଟାଲରେ ପଞ୍ଜୀକୃତ କୃଷକଙ୍କ ସଠିକ୍ ଏବଂ ଯାଞ୍ଚ ହୋଇଥିବା ତଥ୍ୟ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରାଞ୍ଚଳରୁ ପ୍ରାପ୍ତ ହୁଏ, ଆଧାର ଓ PFMS ମାଧ୍ୟମରେ ଯାଞ୍ଚ ପରେ ଏହି ଯୋଜନା DBT ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଲାଭକୁ ଚାଷୀଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇଛି।

amazon

କୃଷିମନ୍ତ୍ରୀ କହିଛନ୍ତି ଯେ ପିଏମ କିଷାନ ଅଧୀନରେ ଆସାମରେ ସର୍ବାଧିକ ଅଯୋଗ୍ୟ କୃଷକ ଅଛନ୍ତି। ଏଠାରେ ୮ ଲକ୍ଷ ୩୫ ହଜାର ୨୬୮ ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବ। ତାମିଲନାଡୁରୁ ୭ ଲକ୍ଷ ୨୨ହଜାର ୨୭୧ଜଣ , ପଞ୍ଜାବରୁ ୫ ଲକ୍ଷ ୬୨ ହଜାର ୨୫୬ଜଣ, ମହାରାଷ୍ଟ୍ରରୁ  ୪ ଲକ୍ଷ ୪୫ ହଜାର ୪୯୭ଜଣ, ଗୁଜୁରାଟ ୨ଲକ୍ଷ ୩୬ ହଜାର ୫୪୩ଜଣ , କର୍ଣ୍ଣାଟକରୁ ୨ ଲକ୍ଷ ୮ ହଜାର ୭୦୫ଜଣ, ମଧ୍ୟପ୍ରଦେଶ ୨ ଲକ୍ଷ ୫୧ ହଜାର ୩୯୧ଜଣ,  ରାଜସ୍ଥାନ ୨ ଲକ୍ଷ ୧୩ ହଜାର ୯୩୭ଜଣ ଏବଂ ଉତ୍ତରପ୍ରଦେଶରୁ ୨ଲକ୍ଷ ୬୫ ହଜାର ୩୨୧ଜଣଙ୍କ ଠାରୁ ଟଙ୍କା ଆଦାୟ କରାଯିବ। ସେହିପରି ଓଡ଼ିଶାରୁ ୮ ହଜାର ୯୮୨ଜଣ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ୪୨ ଲକ୍ଷ ୧୬ ହଜାର ୬୪୩ ଟଙ୍କା ଆଦାୟ କରାଯିବ।

ସେହିପରି ମନ୍ତ୍ରୀ ଲୋକସଭାରେ ଏହା ମଧ୍ୟ କହିଛନ୍ତି ଯେ ସିକ୍କିମରେ ସର୍ବନିମ୍ନ ଜଣେ ଅଯୋଗ୍ୟ କୃଷକ ଅଛନ୍ତି ଯିଏ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇଛନ୍ତି। ଏହା ପରେ ଲକ୍ଷ୍ମୀଦୀପରେ ୫ ଜଣ, ଲଦାଖରେ ୨୩ ଜଣ, ପଶ୍ଚିମବଙ୍ଗରେ ୧୯ଜଣ , ଚଣ୍ଡିଗଡ଼ରେ ୩୦ଜଣ  ଏବଂ ଅରୁଣାଚଳ ପ୍ରଦେଶରେ ଏହିପରି କୃଷକଙ୍କ ସଂଖ୍ୟା ୧୩୬ ରହିଛି।

Also Read | Odisha Covid Updates: ରାଜ୍ୟରେ ପୁଣି ବଢିଲା କରୋନା, ଆଜି ୨୦୮୫ ଜଣ ପଜିଟିଭ ଚିହ୍ନଟ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *