Odisha Covid Updates:ରାଜ୍ୟରେ ଆଜି ୧୯୨୭ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୯୨୭ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୧୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୯୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୫ଜଣ, ବାଲେଶ୍ଵରରୁ ୧୧୧ଜଣ, ବରଗଡ଼ରୁ ୨୭ଜଣ, ଭଦ୍ରକରୁ ୧୯ଜଣ, ବଲାଙ୍ଗୀରିରୁ ୧୧ଜଣ, ବୌଦ୍ଧରୁ ୭ଜଣ, କଟକରୁ ୨୪୮ଜଣ, ଦେଓଗଡ଼ରୁ ୬ଜଣ, ଢେଙ୍କାନାଳରୁ ୭୫ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୦ଜଣ, ଜଗତସିଂପୁରରୁ ୯୧ଜଣ, ଯାଜପୁରରୁ ୧୨୩ ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୧୮ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୩୨ଜଣ, କୋରାପୁଟରୁ ୮ଜଣ, ମାଲକାନଗିରିରୁ ୧୮ଜଣ, ମୟୁରଭଞ୍ଜରୁ ୯୦ଜଣ, ନବରଙ୍ଗପୁରରୁ ୧୫ଜଣ, ନୟାଗଡ଼ରୁ ୬୪ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୦୩ଜଣ, ରାୟଗଡାରୁ ୨୨ଜଣ, ସମ୍ବଲପୁରରୁ ୩୩ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୩୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୨ ଲକ୍ଷ ୭୮ ହଜାର ୩୯୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୯ ହଜାର ୯୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୩୪୧ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୫ ହଜାର ୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ହଜାର ୬୮୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Pegasus କଣ? ଭାରତରେ କାହା କାହା ଫୋନ୍ ହୋଇଥିଲା ହ୍ୟାକ୍

Share this: