Coronavirus: ଓଡ଼ିଶାରେ ପୁଣି କରୋନା ନେଲା ୫୬ ଜଣଙ୍କ ଜୀବନ

corona-DEATH-odisha
Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ଆଉ ୫୬ଜଣଙ୍କ ଜୀବନ ନେଇଛି କରୋନା (Coronavirus) । ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୧୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୯ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ଼ରୁ ୮ଜଣ, ବରଗଡ଼ ଏବଂ ମୟୁରଭଞ୍ଜରୁ ୬ଜଣ ଲେଖାଏଁ  ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ପୁରୀରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ମାଲକାନଗିରିରୁ ୨ଜଣ ମୃତ୍ୟୁବରଣ କରିଥିବାବେଳେ କଟକ, ଦେଓଗଡ଼, ଗଞ୍ଜାମ, କଳାହାଣ୍ଡି, ସମ୍ବଲପୁର ଏବଂ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୨ ଲକ୍ଷ ୬ ହଜାର ୩୩୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୮ ହଜାର ୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୨୪୮ ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୨ ହଜାର ୬୬୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ହଜାର ୧୬୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Dhenkanal Corona Report:ଢେଙ୍କାନାଳ ଜିଲ୍ଲାରେ ଆଜି ପୁଣି ୫୪ଜଣ ପଜିଟିଭ ଚିହ୍ନଟ

Share this: