Dhenkanal:ଆଜି ଢେଙ୍କାନାଳ ଜିଲ୍ଲାରୁ ନୂଆ ୪୪ଜଣ corona ପଜିଟିଭ ଚିହ୍ନଟ,୪ଜଣଙ୍କ ମୃତ୍ୟୁ
ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଉ ନୂଆ ୪୪ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍ (Home Quarantine) ରୁ ୪୧ ଏବଂ ହସ୍ପିଟାଲରୁ ୩ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।
ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ତର୍କାବେଡ଼ାରୁ ୧୦ଜଣ ଥିବାବେଳେ ମାଧପୁର, ଟାଙ୍ଗୀଶାଳ, ମାଧପୁର ଏବଂ ଇଲିରିସିଂହାରୁ ଜଣେ ଲେଖାଏଁ ଅଛନ୍ତି।
ପର୍ଜଙ୍ଗ ବ୍ଲକ (Parjang Block) ରୁ ୯ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କୁଲେଇରୁ ୭ଜଣ ଥିବାବେଳେ ଖାଲପାଳ ଏବଂ କନ୍ଦରସିଙ୍ଗାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କାରିଗରସାହି, ମହାବୀର ବଜାର, ଷ୍ଟେସନ୍ ବଜାର, ଦୂର୍ଗାବଜାର ଏବଂ ବନମାଳୀପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି।
ଓଡାପଡା ବ୍ଲକ (Oapada Block) ରୁ ୪ଜଣ ଚିହ୍ନଟଙ୍କ ମଧ୍ୟରୁ ଜରଡା, ହିନ୍ଦୋଳରୋଡ଼, କୁଟବେରେଣା ଏବଂ ଜରିପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ରଞ୍ଜା, ମଙ୍ଗଳପୁର, ମହୁଲପୁଞ୍ଜି ଏବଂ ବଣସିଂହାରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକ ମଧ୍ୟରୁ ୩ଜଣ ଚିହ୍ନଟ ହୋଇଛନ୍ତି। ବିରିଖୁଣ୍ଟି, କରଡାବଣି ଏବଂ ପୋଖରିଆରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ, ଭୁବନ NAC ରୁ ୨ଜଣ ଏବଂ କାମାକ୍ଷାନଗର ବ୍ଲକ (Kamakhya Nagar Block) ମହୁଲପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି।
ଗତକାଲି ଜିଲ୍ଲାରେ ୧୦୫୬ଜଣଙ୍କ ଟେଷ୍ଟିଂ ହୋଇଥିଲା। ମୋଟ ୩ ଲକ୍ଷ ୫୭ ହଜାର ୧୬୭ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୧୭୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୧ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୩୪୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୩୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୪ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୯୮ରେ ପହଞ୍ଚିଛି।
[amazon_auto_links id=”9932″]
Also Read | Odisha Covid:ଓଡ଼ିଶାରୁ ଆଜି ନୂଆ ୧୯୯୩ ଜଣ ପଜିଟିଭ ଚିହ୍ନଟ