ୱାଲମାର୍ଟ ଓ ମାଇକ୍ରୋସଫ୍ଟ ଟିକଟୋକକୁ କିଣି ପାରନ୍ତି!

Share this:

ନୂଆଦିଲ୍ଲୀ:ଆମେରିକାର ରିଟେଲ ବ୍ୟବସାୟୀ ୱାଲମାର୍ଟ (Walmart ) ଏବଂ ମାଇକ୍ରୋସଫ୍ଟ ( Microsoft ) ସହିତ ଟିକଟକ୍ (Tik Tok) କୁ କିଣିବା ପାଇଁ ମିଳିତ ଭାବେ ବିଡ୍(Bid) କରିଛନ୍ତି। ଓରେକଲ୍ ( Oracel )କର୍ପୋରେସନ୍ ପୂର୍ବରୁ ଏହି ରେସରେ ଥିଲା ଏବଂ ବର୍ତ୍ତମାନ ୱାଲମାର୍ଟ ମଧ୍ୟ ଏହି ରେସର ଯୋଗ ଦେଇଛି। ସୂଚନାଯୋଗ୍ୟ ଟିକଟୋକ ((Tik Tok)) ଗତ କିଛି ଦିନ ହେବ ଅନେକ ବିବାଦରେ ରହିଆସିଥିଲା, ଏହି କାରଣରୁ ଏହା ମଧ୍ୟ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି।

ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ( Donald Trump )ଙ୍କ ୯୦  ଦିନିଆ ସମୟସୀମା ମଧ୍ୟରେ ଆମେରିକା ସମେତ କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଏହାର ବ୍ୟବସାୟକୁ ୨୦ ବିଲିୟନ ଡଲାରରେ ବିକ୍ରୟ କରିବାକୁ ଟିକଟକ୍କର ପ୍ୟାରେଣ୍ଟ୍ କମ୍ପାନୀ ବାଇଟଡାନ୍ସ  (ByteDance)ଏକ ଚୁକ୍ତିନାମାର ନିକଟତର ହୋଇଛି। ୩୦  ବିଲିୟନ ଡଲାର ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଏହାର ଭବିଷ୍ୟତ ଅନିଶ୍ଚିତ ଥିବାରୁ ଟିକଟକ୍ ୪୫ ଦିନ ମଧ୍ୟରେ ଆମେରିକାରେ ଏହାର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ସହିତ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପ ପ୍ରଶାସନ (Trump Administration ) ବିରୋଧରେ ଏକ ମକଦ୍ଦମା ଦାୟର କରିଛି।

Also Read:

Share this: