ଓଡ଼ିଶାରେ Corona ର ଦ୍ୱିତୀୟ ଲହର ବିଚିତ୍ର ରୂପ ଧାରଣ:ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ୱର:କରୋନା ମହାମାରୀ (Corona Pandemic) କୁ ପ୍ରତିହତ କରିବା ଲାଗି ସମାଜର ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ଲୋଡ଼ା ବୋଲି ଏକ ଏକ ଭିଡିଓ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan ) ନିବେଦନ କରିଛନ୍ତି।

ସେ କହିଛନ୍ତି, ଭାରତରେ ବିଶେଷକରି ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ଏକ ବିଚିତ୍ର ରୂପ ଧାରଣକରିଛି। ସେଥିଲାଗି ପ୍ରତ୍ୟେକ ରାଜନୈତିକ ଦଳର ବ୍ୟକ୍ତିବିଶେଷ, ବିଶେଷଜ୍ଞ, ସାମାଜିକ ସଙ୍ଗଠନଗୁଡ଼ିକ ଆଗେଇ ଆସିବା ଦରକାର। ଜାତୀୟ ସ୍ତରରେ ୧ ଲକ୍ଷ ଜନସଂଖ୍ୟାରେ ୧୪୬ ଜଣଙ୍କର ପରୀକ୍ଷା କରାଯାଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨୦। କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂତାଣୁ ଚିହ୍ନଟ, ପରୀକ୍ଷା ଓ ଏହାର ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥି ସହିତ ଟିକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ନିଆଯାଇ ପାରିଲେ କରୋନାକୁ ମୁକାବିଲା କରିବା ସମ୍ଭବ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏବେ ସମାଜରେ କରୋନାକୁ ନେଇ ଭୟ ଓ ଭ୍ରାନ୍ତି ଦେଖା ଦେଇଛି। ଆଦିବାସୀ ଅଞ୍ଚଳରେ ଜନସାଧାରଣ କରୋନା ପରୀକ୍ଷା କରିବାକୁ କୁଣ୍ଠା  ପ୍ରକାଶ କରୁଛନ୍ତି। ସେମାନଙ୍କୁ କିଭଳି ବୁଝାଯାଇ ଅଧିକ ପରୀକ୍ଷା କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବା ଦରକାର। ଗ୍ରାମାଞ୍ଚଳରେ ଲୋକଙ୍କୁ ଯେଭଳି ମହାମାରୀ ସମୟରେ ସମସ୍ତ ପ୍ରକାର ସୁବିଧା ମିଳିପାରିବ ସେଥିଲାଗି ଜନଭାଗୀଦାରୀ ଏବଂ ଜନଆନ୍ଦୋଳନର ଆବଶ୍ୟକତା ରହିଛି। ଏସବୁ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏଥିଲାଗି ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ସେ ପୁଣି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା କରୋନା ସଂକ୍ରାନ୍ତ ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଡାକ୍ତର ଶ୍ରୀନାଥ ରେଡ୍ଡୀ ପ୍ରତ୍ୟେକ କରୋନା ନିୟନ୍ତ୍ରଣ ନେଇ ସମାନ କଥା ଉପରେ ଗୁରୁତ୍ୱ ଦେଉଛନ୍ତି। କେବଳ ଶାସନ ସମ୍ଭାଳିବା ବେଳେ ରାଜନୈତିକ ଦିଗକୁ ଦେଖାଯାଇଥାଏ କିନ୍ତୁ ଏକ ସଙ୍କଟ କାଳରେ ସବୁ ରାଜନୈତିକ ଦଳ ବିଭିନ୍ନ ସାମାଜିକ ସଙ୍ଗଠନ ସହ ମିଶି ତାହାର ମୁକାବିଲା ଦିଗରେ ଆଗେଇ ଆସିବା ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

Also Read | Corona Odisha:ଆଜି ୧୧ ହଜାର୯୯ ପଜିଟିଭ ଚିହ୍ନଟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *