LNG: ଏଲ୍‍ଏନ୍‍ଜି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ନୂଆଦିଲ୍ଲୀ: ଦେଶରେ ପରିବହନ କ୍ଷେତ୍ରରେ ଲିକ୍ୟୁଫାଏଡ୍‍ ନ୍ୟାଚୁରାଲା ଗ୍ୟାସ୍‍ (LNG) ଭଳି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମତବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରାୟତ ପ୍ରାକୃତିକ ଗ୍ୟାସ୍‍ ବିତରଣ କମ୍ପାନୀ ଗେଲ୍‍ (GAIL) ଏବଂ ଭାରତୀୟ ଅଟୋମୋବାଇଲ୍‍ ନିର୍ମାଣକାରୀ ସଂଘ ସିଆମ୍‍ ପକ୍ଷରୁ ଗତକାଲି ଆୟୋଜିତ ପରିବହନ ଇନ୍ଧନ ଭାବେ ଏଲଏନଜି ଶୀର୍ଷକ ଏକ ୱେବିନାରରେ ଯୋଗଦେଇ ସେ ଏହା କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏଲଏନଜି ବଜାରର ସମ୍ପ୍ରସାରଣ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରର ଅନୁସନ୍ଧାନ ଓ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଦେଶରେ ଗ୍ୟାସ୍‍ ମୂଲ୍ୟ ଶୃଙ୍ଖଳାରେ ସମସ୍ତେ ଲାଭବାନ ହୋଇପାରିବେ। ସେହିଭଳି ୨୦୩୦ ସୁଦ୍ଧା ପ୍ରାକୃତି ଗ୍ୟାସ୍‍ ଭାଗକୁ ବର୍ତ୍ତମାନର ୬.୩ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଭାରତକୁ ଗ୍ୟାସ୍‍ ଆଧାରିତ ଅର୍ଥନୀତି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଦୂରଦୃଷ୍ଟି ରହିଛି। ସରକାର ଏଥିପ୍ରତି ଅଧିକ ଧ୍ୟାନ ଦେବା ସହ ପ୍ରାକୃତିକ ଗ୍ୟାସ୍‍କୁ ପ୍ରୋତ୍ସାହନ ଦେବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Also Read |School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Share this:

Leave a Reply

Your email address will not be published. Required fields are marked *