Corona Vaccine: ଓଡ଼ିଶାରେ ହେବ କରୋନା ଟିକା ତିଆରି ୟୁନିଟ୍‍

Share this:

ଭୁବନେଶ୍ଵର: ରାଜ୍ୟରେ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଟିକା ତିଆରି ୟୁନିଟ୍‍ (Vaccine Unit) ସ୍ଥାପନ ହେବ। ଗତକାଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍‍ ମୋଡ୍‍ରେ ଅନୁଷ୍ଠିତ ଏ ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର ଉପକଣ୍ଠ  ଅନ୍ଧାରୁଆଠାରେ ସ୍ଥାପନ ହେବାକୁ ଥିବା ଏହି ୟୁନିଟ୍‍ର ଭିତ୍ତିଭୂମି କାର୍ଯ୍ୟ ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବ। ଏହି ୟୁନିଟ୍‍ ଲାଗି ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଅନ୍ୟାନ୍ୟ ସୁବିଧା ସହ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟରେ ସହଯୋଗ ଯୋଗାଇ ଦେବାକୁ ଭାରତ ବାୟୋଟେକ୍‍ ଇଣ୍ଟରନ୍ୟାସନାଲ୍‍ ଲିମିଟେଡ୍‍କୁ ଅନୁରୋଧ କରାଯାଇଛି। ଏହି ୟୁନିଟ୍‍ରେ କୋଭିଡ୍‍ (Covid-19) ଓ ମ୍ୟାଲେରିଆ ସହ ୧୦ରୁ ଊର୍ଦ୍ଧ୍ୱ ପ୍ରକାରର ଟିକା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିଲାଗି ସମ୍ପୃକ୍ତ କମ୍ପାନୀକୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

Also Read | Corona Vaccine: ରାଜ୍ୟରେ କରୋନା ଟୀକା ପ୍ରଥମେ ପାଇବେ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

Share this:

Leave a Reply

Your email address will not be published. Required fields are marked *