Covid-19 Vaccine: ଖୁବ ଶୀଘ୍ର Covaxin ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭୁବନେଶ୍ୱରରେ

Share this:

ଭୁବନେଶ୍ଵର: ଭାରତ ବାୟୋଟେକ (Bharat Biotech) ଏବଂ ଆଇସିଏମଆର (ICMR) ର ମିଳିତ ଉଦ୍ୟମରେ (COVID-19) ଟିକା କୋଭାକ୍ସିନ (Covaxin) ର  ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ଖୁବ ଶୀଘ୍ର ଓଡିଶାର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (IMS) ଏବଂ ଏସଏମ ହସ୍ପିଟାଲ (SUM Hospital)ରେ ଆରମ୍ଭ ହେବାକୁ ଯାଉଛି।

ସୂଚନାଯୋଗ୍ୟ ୨୧ଟି ମେଡିକାଲ ଇନଷ୍ଟିଚ୍ୟୁଟ ତାଲିକାରୁ ଆଇଏମଏସ  ଏବଂ ସମ  ହସ୍ପିଟାଲ ହେଉଛି ଏକମାତ୍ର ଅନୁଷ୍ଠାନ ଯାହାକି କୋଭିଡ-୧୯ ଟୀକାକରଣର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ICMR) ଦ୍ୱାରା ମନୋନୀତ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଭାରତ ବାୟୋଟେକ୍ କୁ  ସ୍ୱଦେଶୀ କୋଭିଡ ଟିକା କୋଭାକ୍ସିନ୍ ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ବିଷୟ ବିଶେଷଜ୍ଞ କମିଟି (SEC) ଙ୍କ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ଅନୁମତି ଦେଇଛି।

ପୂର୍ବ ପର୍ଯ୍ୟାୟ ତୁଳନାରେ, ଅଧା ଲୋକଙ୍କୁ କୋଭାକ୍ସିନ୍ ଦିଆଯିବ। ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। ଲୋକମାନେ ଏହି ପରୀକ୍ଷାରେ ଭାଗ ନେବାକୁ ବହୁତ ଉତ୍ସାହ ଦେଖାଇଛନ୍ତି। କିନ୍ତୁ ୧୮ ବର୍ଷରୁ ଅଧିକ ବୟସ୍କମାନେ ଏହି ପରୀକ୍ଷାରେ ଅନ୍ତର୍ଭୁକ୍ତ ହେବେ।

Also Read | Covid19 India: ଖୁସି ଖବର ଦେଶରେ କମୁଛି ଦୈନିକ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା

Share this: