Odisha Covid19 : ଆଜି ରାଜ୍ୟରେ ୨୦୦୩ ଜଣ କରୋନାରୁ ମୁକ୍ତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୩ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୧୦୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୨୯ ଜଣ, କଟକରୁ ୧୪୧ ଜଣ, ଅନୁଗୋଳରୁ ୧୫୯ ଜଣ, ବରଗଡ଼ରୁ ୭୮ ଜଣ, ଯାଜପୁରରୁ ୧୧୩ ଜଣ, ମୟୁରଭଞ୍ଜରୁ ୧୦୧ ଜଣ, ଭଦ୍ରକରୁ ୧୭ ଜଣ, ବାଲେଶ୍ଵରରୁ ୧୦୪ ଜଣ, ଢେଙ୍କାନାଳରୁ ୩୬ ଜଣ, ପୁରୀରୁ ୬୯ ଜଣ, ଜଗତସିଂପୁରରୁ ୪୮ ଜଣ, ରାୟଗଡାରୁ ୧୬ ଜଣ, ଗଞ୍ଜାମରୁ ୩୩ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୫ ଜଣ, ନୟାଗଡରୁ ୨୪ ଜଣ, ସୋନପୁରରୁ ୪୩ ଜଣ, ବଲାଙ୍ଗୀରରୁ ୭୨ ଜଣ, ସୁନ୍ଦରଗଡରୁ ୧୩୧ ଜଣ, ଝାରସୁଗୁଡାରୁ ୪୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୫ ଜଣ, କେନ୍ଦ୍ରାପଡା ୮୦ ଜଣ, କୋରାପୁଟରୁ ୫୩ ଜଣ, କେଉଁଝରରୁ ୫୩ ଜଣ, କନ୍ଧମାଳରୁ ୩୧ ଜଣ, ନୂଆପଡ଼ାରୁ ୪୭ ଜଣ, କଳାହାଣ୍ଡିରୁ ୯୧ ଜଣ, ବୌଦ୍ଧରୁ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୨୯ ଜଣ, ଦେଓଗଡରୁ ୧୩ ଜଣ, ରାୟଗଡାରୁ ୧୬ ଜଣ , ଗଜପତିରୁ ୫ଜଣ ଏବଂ ଷ୍ଟେଟ୍ ପୁଲରୁ ୫୦ ଜଣ ସୁସ୍ଥ ହୋଇଛନ୍ତି।

Also Read | Mann Ki Baat : ଭାରତର ‘ପେନସିଲ ଗାଁ’ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଏମିତି କଥା

Share this: