Covid19 Vaccine: ଅକ୍ସଫୋର୍ଡର କରୋନା ଟିକା ବୟସ୍କ ଏବଂ ବୃଦ୍ଧଙ୍କ ଉପରେ ପଡୁଛି ଭଲ ପ୍ରଭାବ

Share this:

ବିଶ୍ଵରେ କରୋନା ଭୂତାଣୁ (Covid-19) ସଂକ୍ରମଣ ମଧ୍ୟରେ ଏକ ଖୁସି ଖବର ଆସିଛି। ତାହା ହେଉଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି (Oxford University) ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା (AstraZeneca) ଦ୍ଵାରା ବିକଶିତ କରୋନା ଟିକା (Corona Vaccine) ବୃଦ୍ଧ ଏବଂ ବୟସ୍କଙ୍କ ଉପରେ ଭଲ ପ୍ରଭାବ ଦେଖାଉଛି।

ସୂଚନାଯୋଗ୍ୟ, ଅକ୍ସଫୋର୍ଡର କରୋନା ଟିକା ଦେବା ପରେ ବୃଦ୍ଧମାନଙ୍କଠାରେ ଆଣ୍ଟିବଡି (Antibody)ଏବଂ ଟି ସେଲ (T-cells) ତିଆରି ହେଉଛି। ଯାହା ବ୍ୟକ୍ତିଙ୍କୁ କରୋନା ଭୂତାଣୁ ମାରିବାରେ ସକ୍ଷମ କରିଥାଏ। ଜୁଲାଇ ମାସରେ କରୋନା ଟିକା ପରୀକ୍ଷା ସହିତ ଜଡିତ ବୃଦ୍ଧ ସ୍ୱେଚ୍ଛାସେବୀମାନଙ୍କ ରକ୍ତ ରିପୋର୍ଟରୁ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଟିକା ଦେବା ପରେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବହୁ ମାତ୍ରରେ ବୃଦ୍ଧି ପାଇଛି। ଏହା ବ୍ୟତୀତ, ୧୮ ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ମଧ୍ୟ ଭଲ ପ୍ରଭାବ ପ୍ରଦର୍ଶନ କରିଛି।

ଆଷ୍ଟ୍ରାଜେନେକା ସଂସ୍ଥା ଆଜି କହିଛନ୍ତି ଯେ ଏହା ଉତ୍ସାହଜନକ ଯେ ଉଭୟ ବୃଦ୍ଧ ଏବଂ ବୟସ୍କଙ୍କଠାରେ କରୋନା ଭୂତାଣୁ ବିରୁଦ୍ଧରେ ଭଲ ରୋଗ ପ୍ରତିରୋଧକ ଶକ୍ତି ବଢୁଛି ଏବଂ ବୃଦ୍ଧମାନଙ୍କ ଉପରେ ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା (Side Effects) କମ୍ ଦେଖାଯାଇଛି। ଏହି ରିପୋର୍ଟ ଖୁବ ଶୀଘ୍ର ମେଡିକାଲ ପତ୍ରିକାରେ ପ୍ରକାଶ ପାଇବ।

Also Read| Sputnik-V ପରେ ରୁଷ ଦ୍ୱିତୀୟ କରୋନା ଟୀକାକୁ ଅନୁମୋଦନ, ଖୁବ ଶୀଘ୍ର ଟୀକାକରଣ

Share this:

Leave a Reply

Your email address will not be published. Required fields are marked *