Watch:ବାଦଲଫଟା ବର୍ଷାରେ ଭାସିଗଲା ଯାନବାହାନ,ବ୍ୟାପକ କ୍ଷୟକ୍ଷତି

Share this:

ଶିମଲା: ହିମାଚଳ ପ୍ରଦେଶ (Himachal Pradesh) ର ଧର୍ମଶାଳା (Dharamshala) ଅଞ୍ଚଳରେ ବାଦଲଫଟା ବର୍ଷାରେ  ଅନେକ ଧ୍ୱଂସ ଘଟିଛି। ପ୍ରବଳ ବର୍ଷା କାରଣରୁ ବହୁ ପରିମାଣରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଖବର ରହିଛି। ଆଜିକାଲି ଧର୍ମଶାଳାରେ ପର୍ଯ୍ୟଟକଙ୍କ ଭିଡ ଜମିଛି। ଏହି ସମୟରେ ଏଭଳି ଘଟଣାରୁ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି। ସୋମବାର ସକାଳେ ମକ୍ଲୋଡଗଞ୍ଜଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଫାଗସୁରେ ଏହି ଘଟଣା ଘଟିଥିଲା। ଏହି କାରଣରୁ ନିକଟ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ପ୍ରବଳ ଜଳ ପ୍ରବାହରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଗାଡି ବର୍ଷାରେ  ତଡି ନେଇଯାଇଥିଲା |

ସେପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହିମାଚଳରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ (IMD) ଜାରି କରିଛି। ହିମାଚଳରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ପାଣିପାଗ ବିଭାଗ ଏକ କମଳା ଆଲର୍ଟ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି।

ହିମାଚଳର ଏହି ବିପର୍ଯ୍ୟୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଟ୍ୱିଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ପ୍ରଭାବିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ସେ ଟୁଇଟ୍ କରି କହିଛନ୍ତି, ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଉପରେ ନଜର ରଖାଯାଉଛି। ଅଧିକାରୀମାନେ ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ରହି କାର୍ଯ୍ୟ କରୁଛନ୍ତି। ସମସ୍ତ ସମ୍ଭାବ୍ୟ ସହଯୋଗ ଦିଆଯାଉଛି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ମୁଁ ପ୍ରାର୍ଥନା କରୁଛି।

ସେହିପରି ଘଟଣାସ୍ଥଳକୁ ଯାଇ ରିଲିଫ କାର୍ଯ୍ୟରେ ସାହାଯ୍ୟ କରିବାକୁ NDRF କୁ ନିର୍ଦ୍ଦେଶ ଦିଆଯାଛନ୍ତି। ଗୃହ ମନ୍ତ୍ରଣାଳୟ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି। ହିମାଚଳ ପ୍ରଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ।

[amazon_auto_links id=”9932″]

Also Read | Odisha Covid:ଓଡ଼ିଶାରୁ ଆଜି ନୂଆ ୧୯୯୩ ଜଣ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *