NEET 2021: ଆସନ୍ତା ସେପ୍ଟେମ୍ୱର ୧୨ରେ NEET ପରୀକ୍ଷା

Share this:

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ। ଆସନ୍ତା ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET-UG) ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ (Covid-19) କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆସନ୍ତା କାଲି ଅପରାହ୍ଣ ୫ଟାରୁ ଛାତ୍ରଛାତ୍ରୀମାନେ NTA ୱେବସାଇଟରେ ଅନ୍‌ଲାଇନ୍‌ (Online) ଆବେଦନ କରିପାରିବେ ବୋଲି ଶିକ୍ଷାମନ୍ତ୍ରୀ (Minister of Education) ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟ କରି ଜଣାଇଛନ୍ତି।

ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା କେନ୍ଦ୍ର ସହର  ବୃଦ୍ଧି କରାଯାଇଛି। ଏ ବର୍ଷ ସହର ସଂଖ୍ୟା ୧୫୫ ରୁ ୧୯୮କୁ ବୃଦ୍ଧି କରାଯାଇଛି। ୨୦୨୦ ରେ ଥିବା ପରୀକ୍ଷା କେନ୍ଦ୍ର ସଂଖ୍ୟା ୩୮୬୨ କୁ ମଧ୍ୟ ବୃଦ୍ଧି କରାଯିବ।

କରୋନା ପ୍ରୋଟୋକଲ ଗୁଡିକର ଅନୁକରଣ ନିଶ୍ଚିତ କରିବାକୁ, କେନ୍ଦ୍ରର ସମସ୍ତ ପ୍ରାର୍ଥୀଙ୍କୁ ଫେସ୍ ମାସ୍କ ପ୍ରଦାନ କରାଯିବ। ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଟାଇମ୍ ସ୍ଲଟ୍, ଯୋଗାଯୋଗହୀନ ପଞ୍ଜୀକରଣ, ସଠିକ୍ ସାନିଟାଇଜେସନ୍, ସାମାଜିକ ଦୂରତା ସହିତ ବସିବା ଇତ୍ୟାଦି ମଧ୍ୟ ନିଶ୍ଚିତ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Also Read | Covid-19: ଓଡ଼ିଶାରୁ ପୁଣି ୬୩ ଜଣଙ୍କ କରୋନାରେ ମୃତ୍ୟୁ

Share this:

Leave a Reply

Your email address will not be published. Required fields are marked *