ରାଜ୍ୟରେ ଆଜି ୩୪୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ହେଲେ ୮୦,୭୭୦ ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୦୩

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି  ଆଉ ୩୪୮୪ ଜଣ କରୋନା ( Covid-19 ) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୦ ହଜାର ୭୭୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୯୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି,ଯାଜପୁରରୁ ୩୧୪ଜଣ,ରାୟଗଡାରୁ ୩୦୨ ଜଣ,ଗଞ୍ଜାମ ଜିଲ୍ଲାରୁ ୨୫୩ ଜଣ, କେନ୍ଦ୍ରାପଡାରୁ ୧୬୨ଜଣ,କଟକ ଜିଲ୍ଲାରୁ ୧୪୩ ଜଣ, ମୟୁରଭଞ୍ଜରୁ ୧୩୧ଜଣ, କୋରାପୁଟରୁ ୧୩୦ଜଣ, ନୟାଗଡରୁ ୧୨୬ ଜଣ,ବାଲେଶ୍ଵରରୁ ୧୦୫ଜଣ, ମାଲକାନଗିରି ଜିଲ୍ଲାରୁ ୮୭ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୮୬ଜଣ, ସମ୍ବଲପୁରରୁ ୮୪ ଜଣ, ପୁରୀରୁ ୮୨ଜଣ,ଭଦ୍ରକ ଜିଲ୍ଲାରୁ ୬୩ଜଣ, ଜଗତସିଂପୁରରୁ ୬୨ଜଣ,ଝାରସୁଗୁଡାରୁ ୫୯ଜଣ,ବରଗଡ଼ରୁ ୫୭ ଜଣ, ବଲାଙ୍ଗୀରରୁ ୫୪ ଜଣ, କନ୍ଧମାଳରୁ ୫୨ ଜଣ, ଅନୁଗୋଳରୁ ୫୧ ଜଣ, କେଉଁଝରରୁ ୪୬ ଜଣ, ସୋନପୁରରୁ ୩୫ ଜଣ, ନବରଙ୍ଗପୁରରୁ ୨୫ ଜଣ, ଢେଙ୍କାନାଳ ଓ ଗଜପତିରୁ ୨୩ ଜଣ ଲେଖାଏଁ,କଳାହାଣ୍ଡି ଜିଲାରୁ୧୬ ଜଣ, ବୌଦ୍ଧରୁ ୧୨ଜଣ,ଦେଓଗଡରୁ୭ ଜଣ, ଏବଂ ନୂଆପଡ଼ାରୁ ୪ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୧କରୋନା ଜନିତ ମୃତ,ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ହୋଇଛି।

Also Read:

ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ

ଗତ ୨୪ ଘଣ୍ଟାରେ ଭାରତରେ କରୋନା ସଂକ୍ରମିତ ୬୫,୦୮୧ଜଣ ସୁସ୍ଥ,୬୯,୯୨୧ ନୂଆ ଚିହ୍ନଟ; ୮୧୯ ଜଣଙ୍କର ମୃତ୍ୟୁ

https://community.usa.canon.com

Share this: