କୋଇଲାଖଣି ଘରୋଇକରଣ କୁ ବିରୋଧ କରି ସର୍ବଭାରତୀୟ ଶ୍ରମିକ ସଂଘଠନ ଙ୍କ ଧର୍ମଘଟର ୨ ୟ ଦିନ

Share this:

ତାଳଚେର : (ମହିମାଲାଇଭ ) ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା କୋଇଲାଖଣି ଧର୍ମଘଟ ସହିତ ତାଳଚେର ଅଞ୍ଚଳ ରେ ଥିବା କୋଇଲା ଖଣି ଶ୍ରମିକ ସଂଘଠନ ତରଫରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଧର୍ମଘଟ ଆଜି ୨ ୟ ଦିନରେ ପହଞ୍ଚିଛି। ତାଳଚେର ରେ ଥିବା ସମସ୍ତ ନଅ ଟି କୋଇଲାଖଣି ଗୁଡିକର ଉତ୍ପାଦନ ରେ ବାଧାପ୍ରାପ୍ତ ହୋଇଛି।

ଟ୍ରେଡ ୟୁନିଅନର ପ୍ରମୁଖ ଦାବି :

  • କୋଇଲା କୁ ବ୍ୟବସାୟିକ ଖଣି  କରିବା ନିଷ୍ପତ୍ତି ଫେରାଇ ନିଆଯାଉ
  • କୋଇଲା ଶିଳ୍ପର ଘରୋଇକରଣ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍
  • CMPDIL କୁ କୋଲ ଇଣ୍ଡିଆ ରୁ ଅଲଗା କରା ନଯାଉ
  • ପଞ୍ଚମ ବେତନ ଚୁକ୍ତି ଅନୁଯାୟୀ ୯.୩.୦ ଡାକ୍ତରୀ ଅଯୋଗ୍ୟ ଶ୍ରମିକଙ୍କ ନିର୍ଭରଶୀଳ ନକଟବର୍ତ୍ତୀ କୁ ଚାକିରି ଦିଆଯାଉ
  • କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ହାଇ ପାୱାର କମିଟିର ସୁପାରିଶ ଆଧାରରେ ବେତନ ପ୍ରଦାନ କରିବା

ଶ୍ରମିକ ଧର୍ମଘଟ  ପ୍ରଭାବରେ, ତାଳଚେରସ୍ଥିତ ଏମସିଏଲ ର ନଅଟି କୋଇଲା ଖଣି ବଳରାମ, ହିଙ୍ଗୁଳା, ନନ୍ଦିରା, କେନ୍ଦ୍ରୀୟ କର୍ମଶାଳା, ଭରତପୁର, ଅନନ୍ତ, ଜଗନ୍ନାଥ, ଲିଙ୍ଗରାଜଓ କଣିହାଁ ଖଣିଗୁଡିକରୁ କୋଇଲା ଉତ୍ପାଦନ ଓ ପରିବହନ ରେ ବାଧାପ୍ରାପ୍ତ ହୋଇଛି। ତାଳଚେର କୋଇଲା ଖଣି ଅଞ୍ଚଳର ଚାରୋଟି ଶ୍ରମିକ ସଂଗଠନ ବିଏମସ,ଆଇଏନଟିୟୁସି,ଏଚଏମଏସ ଓ ଏଆଇଟିୟୁସି  ର କର୍ମକର୍ତ୍ତା ମାନେ ଖଣି ଅଞ୍ଚଳରେ  ଥିବା  ଟାଇମ୍ ଅଫିସ, ପ୍ରକଳ୍ପ ଅଧିକାରୀ କାର୍ଯ୍ୟ।ଳୟ,ଜିଏମ ଅଫିସ ଆଗରେ ଧାରଣା ଦେଇଛନ୍ତି। ଫଳରେ ନାଲକୋ, ଏନଟିପିସି ସହିତ ଅନ୍ୟାନ୍ୟ ଶିଳ୍ପାଞ୍ଚଳକୁ କୋଇଲା ପରିବହନ ବାଧାପ୍ରପ୍ତ ହୋଇଛି। କୌଣସି କୋଇଲା ଖଣିରେ ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଜଣାପଡିଛି।

 ଏମସିଏଲ ର ସିଏମଡି ବି. ଏନ ଶୁକ୍ଲା ରାଷ୍ଟ୍ରୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ  ଶ୍ରମିକ ଭାଇମାନେ ତୁରନ୍ତ କାର୍ଯ୍ୟ ରେ ଯୋଗଦାନ କରିବାକୁ ଅନୁରୋଧ କରିଥିବା ଜଣାପଡିଛି।

ସୂଚନାଥାଉକି ,ଏହି ତିନିଦିନିଆ ଧର୍ମଘଟ ରେ ସମୁଦାୟ ପ୍ରାୟ ୩୧୯ କୋଟି ଟଙ୍କା ର ରାଜସ୍ଵ କ୍ଷତି ବିଭିନ୍ନ ରାଜ୍ୟ ସରକାର ହରେଇବେ। ସେଥିମଧ୍ୟରୁ ,ଓଡ଼ିଶା ୭୦ କୋଟି,ଛତିଶଗଡ଼ ୬୬ କୋଟି,ମଧ୍ୟପ୍ରଦେଶ ୬୧ କୋଟି, ଝାଡ଼ଖଣ୍ଡ ୬୧ କୋଟି,ମହାରାଷ୍ଟ୍ର ୨୭ କୋଟି,ପଶ୍ଚିମ ବଙ୍ଗ ୨୩ କୋଟି ଓ ଉତ୍ତର ପ୍ରଦେଶ ୧୧ କୋଟି ରାଜସ୍ଵ  ହରାଇବେ।

Share this: