Angul Covid19: ଅନୁଗୋଳ ଜିଲ୍ଲାରେ ଆଜି ନୂଆ ୧୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ମୋଟ ୫୧୧୩

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଅନୁଗୋଳ (Angul) ଜିଲ୍ଲାରେ କରୋନା ଦିନକୁ ଦିନ ବଢି ଚାଲିଛି। ଆଜି ସୋମବାର ଜିଲ୍ଲାରୁ ପୁଣି ୧୭୭ ଜଣ ନୂଆ କରୋନା (Covid-19) ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୩ ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳ ଜିଲ୍ଲାରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ରେ ପହଞ୍ଚିଲା।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ (Banarpal Block) ଅଞ୍ଚଳରୁ ୫୯ ଜଣ, କଣିହାଁ (Kaniha) ବ୍ଲକ ଅଞ୍ଚଳରୁ ୫୫ ଜଣ, ଅନୁଗୋଳ ପୌରାଞ୍ଚଳ (Angul Municipality) ରୁ ୨୨ ଜଣ, ତାଳଚେର (Talcher) ବ୍ଲକ୍ ଅଞ୍ଚଳରୁ ୧୪ ଜଣ, ଛେଣ୍ଡିପଦା (Chhendipada) ବ୍ଳକ୍ ଆଞ୍ଚଳରୁ ୧୪ ଜଣ, ଅନୁଗୋଳ ବ୍ଲକ୍ ଆଞ୍ଚଳରୁ ୯ ଜଣ, କିଶୋରନଗର (Kishorenagar) ବ୍ଲକ୍ ଆଞ୍ଚଳରୁ ୨ ଜଣ ଏବଂ ପାଲଲହଡା (Pallahara)ବ୍ଳକ୍ ଆଞ୍ଚଳରୁ ୨ ଜଣ ଅଛନ୍ତି।

ଆଜି ଚିହ୍ନଟ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଖୁସି ଖବର ଆଜି ଅନୁଗୋଳ ଜିଲ୍ଲାରୁ ୧୮୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ ଜଣ କୋଭିଡ ହସପିଟାଲରୁ, ୫ଜଣ କୋଭିତ କେୟାର ସେଣ୍ଟରରୁ ଏବଂ ୧୬୯ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read: Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

Share this: