ଆଜି ରାଜ୍ୟରେ ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩  ହଜାର ୨୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୬୧  ଜଣ, ଗଞ୍ଜାମ ଜିଲ୍ଲାରୁ ୧୮୨ ଜଣ, ରାୟଗଡା ରୁ ୮୩  ଜଣ, କନ୍ଧମାଳ ରୁ ୭୪ ଜଣ, ମାଲକାନଗିରି ଜିଲ୍ଲା ରୁ ୫୧ଜଣ,ଅନୁଗୋଳ ରୁ ୩୯ଜଣ, କୋରାପୁଟରୁ ୩୬ ଜଣ , ବାଲେଶ୍ଵର ରୁ ୩୫ ଜଣ, ବରଗଡ଼ରୁ ୩୪ ଜଣ, ଜଗତସିଂପୁର ଜିଲ୍ଲାରୁ ୩୨ ଜଣ, ସୁନ୍ଦରଗଡ ରୁ ୩୨ଜଣ, ଭଦ୍ରକ ରୁ ୩୧ଜଣ,ଯାଜପୁର ରୁ ୨୯ ଜଣ,ଗଜପତି ରୁ ୨୮ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ଜଣ,ପୁରୀ ରୁ ୧୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ,ବୌଦ୍ଧ ରୁ ୯ ଜଣ,ଝାରସୁଗୁଡାରୁ ୮ ଜଣ,ନୟାଗଡରୁ ୬ ଜଣ ,କଟକ ରୁ ୩ ଜଣ ଏବଂ କେନ୍ଦ୍ରାପଡ଼ା ରୁ ଜଣେ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ଆଜି ୧୪ କରୋନା ଆକ୍ରାନ୍ତ ମୃତଙ୍କ ସହିତ ମୃତ୍ୟୁ ସଂଖ୍ୟା ୨୮୬  କୁ ବୃଦ୍ଧି ପାଇଛି।

Share this: