India SMART: ସ୍ମାର୍ଟର ସଫଳ ପରୀକ୍ଷଣ

Share this:

ବାଲେଶ୍ଵର: ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ ସ୍ମାର୍ଟ (Supersonic Missile Assisted Release of Torpedo -SMART) ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ସୋମବାର ୫ ଅକ୍ଟୋବର ଦିନ ୧୧.୪୫ ମିନିଟରେ ଓଡିଶା (Odisha) ଉପକୂଳ ହ୍ୱିଲର ଦ୍ୱୀପ (Wheeler Island) ରୁ ଏହାକୁ ପରୀକ୍ଷା କରାଯାଇଛି। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର ନୋଜକୋନ ଅଲଗା ହେବା ଓ ଟୋର୍ପିଡୋ ଛଡାଯିବା ଗତି ଓ ଦିଗ ନିୟନ୍ତ୍ରଣ ପଦ୍ଧତି ସମେତ ମିଶନର ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି। ଏହାର ଗତିବିଧି ରାଡ଼ାର ଓ ଇଲେକ୍ଟ୍ରୋଅପ୍ଟିକାଲ (Electro-Optical) ପଦ୍ଧତିଯୁକ୍ତ କେନ୍ଦ୍ରରୁ ନିରୀକ୍ଷଣ କରାଯାଇଥିଲା।

ସ୍ମାର୍ଟ ହେଉଛି ଏକ ହାଲୁକା ବୁଡ଼ାଜାହାଜ ନିରୋଧୀ ଟର୍ପିଡୋ ସିଷ୍ଟମ (Anti-Submarine Torpedo) ର କ୍ଷେପଣାସ୍ତ୍ର ସହାୟକ ଉତକ୍ଷେପଣ ପ୍ରଣାଳୀ। ଏହା ଟୋର୍ପିଡୋର ରେଞ୍ଜ ବାହାରେ ଥିବା ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା (anti-submarine warfare -ASW) କାର୍ଯ୍ୟାନୁଷ୍ଠାନ ଲାଗି ବ୍ୟବହୃତ ହୋଇଥାଏ।

ଦେଶର ବୁଡାଜାହାଜ ବିଧ୍ଵଂସୀ ସାମର୍ଥ୍ୟ ଜାହିର କରିବା ପାଇଁ ଏହି ପରୀକ୍ଷାମୂଳକ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ମାର୍ଟ (SMART) ପାଇଁ ଆବଶ୍ୟକ ବୈଷୟିକ ଦକ୍ଷତା, ଡିଆରଡିଏଲ, ଆରସିଆଇ ହାଇଦ୍ରାବାଦ, ଏଡିଆରଡିଇ ଆଗ୍ରା, ଏନଏସଟିଏଲ ବିଶାଖାପାଟଣା ସମେତ ବିଭିନ୍ନ ପ୍ରତିରକ୍ଷା ବିକାଶ ଓ ଗବେଷଣା କେନ୍ଦ୍ର (DRDO) ପରୀକ୍ଷାଗାରରେ ବିକଶିତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ (Rajnath Singh) ଏହି ସଫଳତା ନିମନ୍ତେ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଡି ଆରଏଣ୍ଡଡିର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡଃ ଜି.ସତୀଶ ରେଡ୍ଡୀ (Dr G Satheesh Reddy) କହିଛନ୍ତି ଯେ ବୁଡାଜାହାଜ ବିଧ୍ଵଂସୀ ଯୁଦ୍ଧ କ୍ଷମତା ସ୍ଥାପନ କରିବାରେ ଏକ ପ୍ରମୁଖ ଜ୍ଞାନକୌଶଳ ଭାବେ ପ୍ରମାଣିତ ହେବ।

Also Read: Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

Share this:

Leave a Reply

Your email address will not be published. Required fields are marked *