DRDO ABHYAS: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ

Share this:

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (Defence Research and Development Organisation-DRDO) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର (High-speed Expendable Aerial Target -HEAT) ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵର (Balasore) ସ୍ଥିତ ଆଇଟିଆର (Interim Test Range-ITR) ରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ।

Also Read: DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ

ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ADE) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି। ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡା ଯାଇଥାଏ। ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ।

ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିପାରୁଥିବା ଜଣାପଡୁଛି।

Also Read:

Pradhanmantri Jan-Dhan ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା

Epidemic Diseases Bills: ରାଜ୍ୟସଭାରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଲ୍ ପାସ୍,ସ୍ୱାସ୍ଥ୍ୟକର୍ମୀକୁ ଆକ୍ରମଣ କଲେ ୭ ବର୍ଷ ଜେଲ

Share this: