Maritime India Summit: ଓଡ଼ିଶା ହେବ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶଦ୍ୱାର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ନେତୃତ୍ୱରେ ଓଡ଼ିଶା (Odisha) ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶଦ୍ୱାର ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)।

ମାରିଟାଇମ୍‍ ଇଣ୍ଡିଆ ଶିଖର ସମ୍ମିଳନୀ (Maritime India Summit) ର ସ୍ୱତନ୍ତ୍ର ଅଧିବେଶନରେ ‘ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ’ ଶୀର୍ଷକ ଭର୍ଚୁଆଲ୍‍ ଆଲୋଚନା ସମୟରେ ଶ୍ରୀ ପ୍ରଧାନ କହିଛନ୍ତି, ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ। ଆତ୍ମନିର୍ଭର ଭାରତ (Atma Nirbhar Bharat) ଗଠନର ଆହ୍ୱାନ ଦେଇ ସେ କହିଛନ୍ତି, ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ; ବରଂ ଓଡ଼ିଶା (Odisha) ତଥା ଭାରତକୁ ପ୍ରଗତି ପଥରେ ନେବାପାଇଁ ସୁଚିନ୍ତିତ ଯୋଜନା। ସେ କହିଛନ୍ତି, ଓଡ଼ିଶାରେ ବନ୍ଦରଭିତ୍ତିକ ଅର୍ଥନୀତି କରିବା ଦିଗରେ ପାରାଦ୍ୱୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଇଛି। ଏହି ହିସାବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଥିବା ୫ଟି ବନ୍ଦରକୁ ୨୫ଟି ବନ୍ଦର ପର୍ଯ୍ୟନ୍ତ ବଢ଼ାଯିବା ପାଇଁ ପ୍ରଚେଷ୍ଟା କରିବା ଦରକାର।

ସେହିପରି ଓଡ଼ିଶାରେ ରେଳ, ସଡ଼କ ପଥ, ଜଳପଥ ଓ ବିମାନ ପଥକୁ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, ରାଜ୍ୟରେ ପେଟ୍ରୋଲିୟମ୍‍ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ୍‍ ଗ୍ରୀଡ୍‍ରେ ଅଧିକ ପୁଞ୍ଜିନିବେଶ କରାଯିବାପାଇଁ ଯୋଜନା କରାଯାଉଛି।

[amazon_auto_links id=”9939″]

Also Read | ଭାରତର Corona ଟିକା କମ୍ପାନୀ ଉପରେ ଚୀନ୍‌ର ସାଇବର ଆକ୍ରମଣ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଟାର୍ଗେଟ

Share this:

Leave a Reply

Your email address will not be published. Required fields are marked *