Covid-19 Odisha: ଆଜି ରାଜ୍ୟରୁ ୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ୱର : ରାଜ୍ୟରେ ଗତ କିଛିଦିନ ହେବ କରୋନା (Corona) ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫ ଚିହ୍ନଟ ହୋଇଛନ୍ତି।  ହେବା ପରେ ଏହାକୁ ମିଶାଇ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୭ ଶହ ସତଷଠିରେ ପହଞ୍ଚିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୩୪ହଜାର ୧୬୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬୩୪ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୨। ସେହିପରି ଅନୁଗୁଳରୁ ୧, ବାଲେଶ୍ୱର ୨, ବରଗଡ ୮, ଭଦ୍ରକ ୧, ବଲାଙ୍ଗୀର ୧, କଟକ ୭,ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡା ୨, କେନ୍ଦ୍ରାପଡା ୧, କେନ୍ଦୁଝର ୧, ଖୋର୍ଦ୍ଧା ୭, କୋରାପୁଟ ୨, ମୟୁରଭଞ୍ଜ ୨, ନୂଆପଡା ୧, ପୁରୀ ୧, ରାୟଗଡା ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି ସୁଦ୍ଧା ୪ ଲକ୍ଷ ୪୩ ହଜାର ୪୦୧ ଜଣ ପ୍ରଥମ ଡୋଜ୍‍ ଟିକା ନେଇଥିବାବେଳେ ୧ ଲକ୍ଷ ୨୨ ହଜାର ୭୪୧ ଜଣ ଦ୍ୱିତୀୟ ଡୋଜ୍‍ ଟିକା ନେଇସାରିଛନ୍ତ।  

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *