୬୫ ବର୍ଷ ବୟସ୍କା ମହିଳାଙ୍କର ୧୪ ମାସରେ ଆଠଟି ସନ୍ତାନ ଜନ୍ମ ;ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

Share this:

ମୁଜାଫରପୁର: ବିହାରର ମୁଜାଫରପୁରରେ ଏହି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିହାରର ମୁଜାଫରପୁର ଜିଲ୍ଲାର ମୁସାହାରୀ ବ୍ଲକରେ ବଡ଼ ଧରଣର ସ୍କାମ ଉନ୍ମୋଚିତ ହୋଇଛି ଯେଉଁଠାରେ ସରକାରୀ ରେକର୍ଡ ଅନୁଯାୟୀ ଜଣେ ୬୫ବର୍ଷ ବୟସ୍କା ମହିଳା ମାତ୍ର ୧୪ ମାସ ମଧ୍ୟରେ ଆଠ ଜଣ ଝିଅଙ୍କୁ ଜନ୍ମ ଦେଇଛନ୍ତି। ମୁଜାଫରପୁରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଏହି ମାମଲା ଠକେଇ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଜାଫରପୁର ସିଭିଲ ସର୍ଜନ ଡକ୍ଟର ଏସପି ସିଂ ମଧ୍ୟ ସମଗ୍ର ଜିଲ୍ଲାରୁ ଡକ୍ୟୁମେଣ୍ଟ ମାଗିଛନ୍ତି।

ଏହି ମାମଲା ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଦଳ ପ୍ରସ୍ତୁତ କରାଯାଇଛି। ଏହି ସ୍କାମ ଉନ୍ମୋଚନ ହେବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ ଏହି ଘଟଣାର ଅବଗତ ହୋଇ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲା କଲେକ୍ଟର ରାଜେଶ କୁମାରଙ୍କ ନେତୃତ୍ୱରେ ଅନୁସନ୍ଧାନ କମିଟି ଜାଣିବାକୁ ପାଇଛି ଯେ ଅନିୟମିତତା ଅଭିଯୋଗ ସତ୍ୟ ଏବଂ  ବିସ୍ତୃତ ଅନୁସନ୍ଧାନ ପରେ ଏହି ସ୍କାମରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁମାର କହିଛନ୍ତି।

Also Read:

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ,ସୁସ୍ଥଙ୍କ ସଂଖ୍ୟା ୫୦ ହଜାର ପାର

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇବା ପାଇଁ ପ୍ରତିଶ୍ରୁତି -କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: