ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଲେଟିନ ଜାରି

Share this:

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ। ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଖାନା କତୃପକ୍ଷଙ୍କ ତରଫରୁ ନିରନ୍ତର ଅବଗତ କରାଯାଉଛି। ଶନିବାର ଦିନ ଦିଲ୍ଲୀ କ୍ୟାଣ୍ଟର  ଆର୍ମି ହସ୍ପିଟାଲ ( Research & Referral Hospital ) ତାଙ୍କ ଅବସ୍ଥା ଏବଂ ପରବର୍ତ୍ତୀ ଚିକିତ୍ସା ବିଷୟରେ କିଛି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ, ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଭଳି ସ୍ଥିର  ରହିଛି। ସେ କୋମାରେ ଅଛନ୍ତି ଏବଂ ଶ୍ଵାସକ୍ରିୟା ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନା ଆହୁରି ମଧ୍ୟ କହିଛି ଯେ ଶ୍ରୀ ମୁଖାର୍ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ପାରାମିଟରଗୁଡିକ ସ୍ଥିର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି।

Also Read:

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

ମଧ୍ୟପ୍ରଦେଶ : ଶିବରାଜ ସିଂ ଚୌହାନଙ୍କ ସରକାରରେ ୬ ଜଣ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ

ମଲ୍ ଏବଂ ମଦ ଦୋକାନ ଖୋଲିପାରେ, ତେବେ ମନ୍ଦିର କାହିଁକି ନୁହେଁ? ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି

FROM THE WEB

Share this: