Mission Shakti: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ

Share this:

ଉତର ପ୍ରଦେଶ: ଉତର ପ୍ରଦେଶ ସରକାର ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ତଥା ଏ ସଂପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଏକ ଛଅମାସ ବ୍ୟାପୀ ମହିଳା ସଶକ୍ତିକରଣ ଅଭିଯାନ ‘ମିଶନ୍‌ଶକ୍ତି’ (Mission Shakti)ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଗତକାଲି ବଳରାମପୁରସ୍ଥିତ ଦେବୀ ପାଟନ୍‌ଶକ୍ତିପୀଠରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ପ୍ରତିଶୃତିବଦ୍ଧ।

ସମଗ୍ର ରାଜ୍ୟର ୭୫ଟି ଯାକ ଜିଲ୍ଲାର ଲୋକ ପ୍ରତିନିଧି, ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଏହି ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ‌ଲକ୍ଷ୍ନୌଠାରେ ନିରାପଦ ସହର ପ୍ରକଳ୍ପ ଅଧିନରେ ୧୦୦ଟି ଗୋଲାପି ରଙ୍ଗର ସ୍କୁଟି ଓ ୧୦ଟି ଚାରିଚକିଆ ମହିଳା ପୋଲିସ୍ ଯାନକୁ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଶାରଦୀୟ ନବରାତ୍ରୀର ପ୍ରଥମ ଦିବସ ଅବସରରେ ଗତକାଲି ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ବର୍ଷ ବାସନ୍ତୀ ନବରାତ୍ରୀ ପର୍ଯ୍ୟନ୍ତ ଚାଲିବ। ମିଶନ୍‌ଶକ୍ତି ଅଧିନରେ ମହିଳା ଏବଂ ବାଳିକାମାନଙ୍କର ସୁରକ୍ଷା, ସମ୍ମାନ ଓ ଆତ୍ମନିର୍ଭରଶୀଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ ଓ ସଚେତନତା ସୃଷ୍ଟି କରାଯିବ। ଏହି ଅଭିଯାନର ତଦାରଖ ଓ କାର୍ଯାନ୍ୱୟନ ପାଇଁ ପ୍ରତିଟି ଜିଲ୍ଲାରେ ମହିଳାନୋଡାଲ୍ଅ ଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି।

Also Read| Hathras Case: ହାଥରସ୍ ମାମଲାରେ ବଡ ଖୁଲାସା, ୟୁପିରେ ଜାତିଗତ ଦଙ୍ଗା ପାଇଁ ରାତାରାତି ‘ଦଙ୍ଗା ୱେବସାଇଟ୍’ ତିଆରି

Share this: