Watch Laxmmi Bomb: ମୁକ୍ତିଲାଭ କଲା ‘ଲକ୍ଷ୍ମୀ ବମ୍’ର ପ୍ରଥମ ଗୀତ ‘Burj Khalifa’, ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଜବରଦସ୍ତ ଲୁକ୍

Share this:

ମୁମ୍ବାଇ: ଆଜି ଅକ୍ଷୟ କୁମାର (Akshya Kumar)ଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ (Laxmmi Bomb)ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ (Burj Khalifa) ରିଲିଜ ହୋଇଛି। ବୁର୍ଜ ଖଲିଫାର ଟିଜର (Teaser)କୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି – ‘ବର୍ଷର ସବୁଠୁ ବଡ ଡ୍ୟାନ୍ସ ଟ୍ରାକ’।

ଏଇ ସଙ୍ଗୀତଟି ଶଶି ଡିଜେ ଖୁସୀ ( Shashi-Dj Khushi)ଏବଂ ନିକିତା ଗାନ୍ଧୀ (Nikhita Gandhi)ଏକାଠି ଗାଇଛନ୍ତି। ଏହା ସହିତ ଶଶି ମଧ୍ୟ ଏହି ଗୀତ ରଚନା କରିଛନ୍ତି। ଗଗନ ଅହୁଜା (Gagan Ahuja)ଏହି ଗୀତ ଲେଖିଛନ୍ତି।

ବୁର୍ଜ ଖଲିଫା ନାମକ ଏହି ଗୀତ ଏକ ରୋମାଞ୍ଚକର ଗୀତ। ଏହି ଗୀତରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ (Kiara Advani) ବୁର୍ଜ ଖଲିଫାର ବିଭିନ୍ନ ସ୍ଥାନରେ ନାଚୁଛନ୍ତି। ଏହି ଗୀତକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୨୭ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଦର୍ଶକ ମାନେ ଅଭିନେତା ଓ ଅଭିନେତ୍ରୀଙ୍କ ନୂଆ ଲୁକ କୁ ବହୁତ ପସନ୍ଦ କରୁଥିବାର ଜଣାପଡିଛି।

ଫିଲ୍ମର କାହାଣୀ କ’ଣ?

ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ଭୟଙ୍କର ଭୁତ କମେଡି ଫିଲ୍ମ। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଭୂମିକାରେ ନଜର ଆସିବେ। ଟ୍ରେଲରେ ଅକ୍ଷୟ କୁମାର ସହିତ ଅଜବ ଘଟଣା ଘଟେ ଏବଂ ଦିନେ ସେ ଏକ ଶାଢ଼ୀ ଏବଂ ଚୁଡି ପିନ୍ଧିଥିବାର ଦୃଶ୍ୟ ଅଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ (Raghava Lawrence)।

https://www.instagram.com/tv/CGHRVv9nUdu/?utm_source=ig_embed

ଲକ୍ଷ୍ମୀ ବମ୍ ନଭେମ୍ବର ୯ ତାରିଖରେ ଡିଜନି ଏବଂ ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ପ୍ରଥମେ ମଇ ୨୨ ରେ ରିଲିଜ୍ ସ୍ଥିର ହୋଇଥିଲା, କିନ୍ତୁ କରୋନୋ ଭୂତାଣୁ କାରଣରୁ ଏହାର ରିଲିଜ୍ ତାରିଖ ଆଗକୁ ବଢିଯାଇଥିଲା।

Also Read| Mirzapur 2 : ୟୁଟ୍ୟୁବରେ ଆମାଜନ ପ୍ରାଇମ ଭିଡିଓର ‘ମିର୍ଜାପୁର ୨’ର ଧମାକା

Share this: