Covid-19: ଆଜି ଢେଙ୍କାନାଳ ଜିଲ୍ଲାରୁ ପୁଣି ୯୦ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି  ଆଉ ୯୦ଜଣ ନୂଆ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୮୪ ଏବଂ ହସ୍ପିଟାଲରୁ ୬ଜଣ ଚିହ୍ନଟ ଅଛନ୍ତି।

ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୧୬ଜଣଙ୍କ ମଧ୍ୟରୁ ମାନିପୁର ଏବଂ  ଗୋବିନ୍ଦପୁରରୁ ୪ଜଣ ଲେଖାଏଁ ଥିବାବେଳେ ତାଳବରକୋଟରୁ ୨ଜଣ, ଶାଁସାଇଲୋ, କଙ୍କଡାହାଡ, ଖଳିବନ୍ଧ, କୃଷ୍ଣକୁମାରପୁର,ଦେଓପଡ଼ା ଏବଂ ଭାପୁରରୁ  ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୧୩ଜଣଙ୍କ ମଧ୍ୟରୁ କଙ୍କିଳିରୁ ୧୧ଜଣ ଓ ସରାଙ୍ଗ ଏବଂ ପର୍ଜଙ୍ଗରୁ ଜଣେ ଲେଖାଏଁ ଅଛନ୍ତି।  

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କୁନୁଆରୁ ୫ଜଣ, ତର୍କାବେଡ଼ା, ଗାଲପଡ଼ା ଏବଂ ବ୍ରଜନାଥପୁରରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି।

ଓଡ଼ାପଡା ବ୍ଲକ (Odapada Block) ରୁ ୭ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଇନ୍ଦିପୁରରୁ ୩ଜଣ,  ଗୋବିନ୍ଦପ୍ରସାଦରୁ ୨ଜଣ, ବଳରାମପୁର ଏବଂ ରଥପଦାରୁ  ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୪ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ଜଣେ ଅଛନ୍ତି। ଭୁବନ ବ୍ଲକରୁ ୨ଜଣ ଥିବାବେଳେ ଭୁବନ NAC ରୁ ଜଣେ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଅଛନ୍ତି।  

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୩୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୨୫ ହଜାର ୮୬୨ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୭୯୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୧୫୧ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୫ ହଜାର ୭୯୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୯୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଏଥର ଗ୍ରାହକ ନିଜେ ନିଜର କରିପାରିବେ ମିଟର ରିଡିଂ, TPCODL MITRA ଆପ୍ ଲଞ୍ଚ

Share this: