ପୁଣି ବଢିଲା Corona,ରାଜ୍ୟରୁ ଆଜି ୯ ହଜାର ୫୪୧ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୯ ହଜାର ୫୪୧ ଜଣ କରୋନା ସଂକ୍ରମିତ (Corona Virus) ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୩୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୧୯୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୩୪୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୬୨ଜଣ, ବାଲେଶ୍ଵରରୁ ୩୦୨ଜଣ, ବରଗଡ଼ରୁ ୨୮୪ଜଣ, ଭଦ୍ରକରୁ ୪୬୪ଜଣ, ବଲାଙ୍ଗୀରିରୁ ୧୦୧ଜଣ, ବୌଦ୍ଧରୁ ୧୭୭ଜଣ, କଟକରୁ ୭୧୬ଜଣ, ଦେଓଗଡ଼ରୁ ୬୧ଜଣ, ଢେଙ୍କାନାଳରୁ ୧୧୭ଜଣ, ଗଜପତିରୁ ୬୯ଜଣ, ଗଞ୍ଜାମରୁ ୧୫୦ଜଣ, ଜଗତସିଂପୁରରୁ ୨୯୯ଜଣ, ଯାଜପୁରରୁ ୪୮୯ଜଣ, ଝାରସୁଗୁଡାରୁ ୧୪୦ଜଣ, କଳାହାଣ୍ଡିରୁ ୩୧୫ଜଣ, କନ୍ଧମାଳରୁ ୧୦୭ଜଣ, କେଉଁଝରରୁ ୧୭୭ଜଣ, କୋରାପୁଟରୁ ୨୧୫ଜଣ, କେନ୍ଦ୍ରାପଡ଼ାରୁ ୧୧୪ଜଣ, ମୟୁରଭଞ୍ଜରୁ ୬୯୫ଜଣ, ମାଲକାନଗିରିରୁ ୧୨୩ଜଣ, ନବରଙ୍ଗପୁରରୁ ୨୫୪ଜଣ, ନୟାଗଡ଼ରୁ ୨୩୦ଜଣ, ନୂଆପଡ଼ାରୁ ୫୦ଜଣ, ପୁରୀରୁ ୫୨୮ଜଣ, ରାୟଗଡାରୁ ୧୬୪ଜଣ, ସମ୍ବଲପୁରରୁ ୨୨୯ଜଣ, ସୋନପୁରରୁ ୨୪୫ଜଣ, ସୁନ୍ଦରଗଡରୁ ୫୯୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୨୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୭ ଲକ୍ଷ ୧୧ ହଜାର ୪୫୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୫୬ ହଜାର ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୫୧୩ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୫୮ ହଜାର ୬୪୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୫ ହଜାର ୨୬୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | CM ଯୋଗୀଙ୍କ 3T ସୂତ୍ରର ପ୍ରଭାବ UP ରେ ଗତ ୨୪ ଘଣ୍ଟାରେ ମାତ୍ର ୨୨୦୦ ପଜିଟିଭ ଚିହ୍ନଟ

AC_without-Bank_1242x450._CB659868804_SY500_
Share this: