Covid-19: ଆଜି ଓଡ଼ିଶାରୁ ପୁଣି ୪୦ ଜଣଙ୍କ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୦ଜଣ କରୋନା (Coronavirus) ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୫୯୦ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ବରଗଡ଼ ଓ କଟକ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାୟଗଡା, ମୟୂରଭଞ୍ଜ ଏବଂ କୋରାପୁଟରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମ, ଝାରସୁଗୁଡା ଏବଂ ଖୋର୍ଦ୍ଧାରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ  ବଲାଙ୍ଗୀରି, ପୁରୀ ଏବଂ ସୁନ୍ଦରଗଡରୁ ୨ ଲେଖାଏଁ ଅଛନ୍ତି। ସେହିପରି  ଅନୁଗୁଳ, ମାଲକାନଗିରି ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ୯୫ ହଜାର ୧୯୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୭୭ ହଜାର ୫୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫ ହଜାର ୨୮୧ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୩୫ ହଜାର ୧୩୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୭୨୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | UG ଓ PG ଶେଷ ବର୍ଷ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ, ହେବ ଅନ୍‌ଲାଇନ୍‌ରେ

[amazon_auto_links id=”9932″]

Share this: