ଆଜି ଅନୁଗୁଳ ଜିଲ୍ଲାରୁ ୩୮୫ ଜଣ corona ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରେ ୩୮୫ଜଣ ନୂଆ କରୋନା (Corona Virus) ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତ ୩୭ ହଜାର ୧୨ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୫୯ଜଣ (୩୭ଜଣ ପୁରୁଷ ଓ ୨୨ଜଣ ମହିଳା), ଅନୁଗୁଳ ବ୍ଲକ ଅଂଚଳରୁ ୫୫ଜଣ (୨୯ଜଣ ପୁରୁଷ ଓ ୨୬ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୪୮ଜଣ (୩୬ଜଣ ପୁରୁଷ ଓ ୧୨ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୪୫ଜଣ (୨୯ ଜଣ ପୁରୁଷ ଓ ୧୬ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪୩ଜଣ (୨୬ ଜଣ ପୁରୁଷ ଓ ୧୭ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୩୯ ଜଣ (୨୦ଜଣ ପୁରୁଷ ଓ ୧୯ଜଣ ମହିଳା), କିଶୋରନଗର ବ୍ଲକ୍‌ ଅଂଚଳରୁ ୩୫ଜଣ (୧୯ଜଣ ପୁରୁଷ ଓ ୧୬ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୩୦ଜଣ (୧୯ଜଣ ପୁରୁଷ ଓ ୧୧ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୨ଜଣ (୯ ଜଣ ପୁରୁଷ ଓ ୩ ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୦ଜଣ (୭ଜଣ ପୁରୁଷ ଓ ୩ ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୯ଜଣ (୬ ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ  ଓ ୧୧୦ ଜଣକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୫୭୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୩୬ଜଣ ମୃତ୍ୟୁବରଣ କଲେଣି। ଆଜି ସୁଦ୍ଧା ୧ ଲକ୍ଷ ୮୫ ହଜାର ୫୯୪ ଜଣଙ୍କୁ ଟିକା ଦିଆଗଲାଣି।

ସେହିପରି ଅପରାହ୍ନରେ କରୋନାର ସ୍ଥିତିକୁ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମୀକ୍ଷା କରିଥିଲେ। କରୋନା ନିର୍ଦ୍ଦେଶାବଳୀକୁ ସଠିକ୍ ଭାବେ ପାଳନ କରିବା ଆସନ୍ତା। ସାବିତ୍ରୀ ଓ ରଜ ପର୍ବରେ ଜନସମାଗମକୁ ଦୃଷ୍ଟିରେ ରଖି Enforcement  କୁ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ତାଳଚେର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ଵାଇଁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ, ଓ ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

Also Read | Covid Vaccine:ପ୍ରଥମେ କେଉଁ ରାଜ୍ୟକୁ ମିଳିବ ଟୀକା,କେନ୍ଦ୍ରର ନୂଆ ନିର୍ଦ୍ଦେଶାବଳୀ ଜାରି

[amazon_auto_links id=”10233″]

Share this: