ରାଜ୍ୟରେ ଆଜି ୨୯୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ୯୦ହଜାର ପାର

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୨୯୮୦ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୦ହଜାର ୩୩୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାରୁ ୬୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ୨୬୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨୧୨ଜଣ, ମୟୁରଭଞ୍ଜ ୨୦୭ଜଣ, ସମ୍ବଲପୁରରୁ ୧୩୩ ଜଣ, ବଲାଙ୍ଗୀରରୁ ୧୨୬ ଜଣ, ପୁରୀ ଓ ନୟାଗଡରୁ୧୧୪ ଜଣ ଲେଖାଏଁ, ବାଲେଶ୍ଵରରୁ ୧୧୧ ଜଣ, କୋରାପୁଟରୁ୧୦୩ ଜଣ, କେନ୍ଦ୍ରାପଡାରୁ ୯୧ଜଣ, ବରଗଡ଼ରୁ ୮୭ ଜଣ, କେଉଁଝର ଓ ଅନୁଗୋଳରୁ ୮୦ ଜଣ ଲେଖାଏଁ, ରାୟଗଡାରୁ୭୬ ଜଣ, ଢେଙ୍କାନାଳରୁ ୭୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୮ ଜଣ, ଝାରସୁଗୁଡାରୁ ୬୭ ଜଣ, ଭଦ୍ରକରୁ ୬୪ ଜଣ, ମାଲକାନଗିରି ଜିଲ୍ଲାରୁ ୬୧ଜଣ, ଜଗତସିଂପୁରରୁ ୩୮ ଜଣ, ନୂଆପଡ଼ାରୁ ୩୭ ଜଣ, କନ୍ଧମାଳରୁ ୩୩ ଜଣ, ଗଜପତିରୁ ୨୫ ଜଣ, ନବରଙ୍ଗପୁରରୁ ୨୧ ଜଣ, ଯାଜପୁରରୁ ୨୦ ଜଣ, କଳାହାଣ୍ଡି ଜିଲାରୁ ୧୦ ଜଣ, ଦେଓଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

Also Read: ଓଡ଼ିଶାରେ ପୁଣି ୩୨୬୭ କରୋନା ପଜିଟିଭ ଚିହ୍ନଟ,କେବଳ ଖୋର୍ଦ୍ଧାରୁ ୮୫୯ଚିହ୍ନଟ

ରାଜ୍ୟରେ ଆଜି ୯ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ହୋଇଛି।

Also Read :

Share this: