Covid19 Odisha: ଆଜି ଓଡ଼ିଶାରୁ ପୁଣି ୮୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୮ ହଜାର ୨୧୬ ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୫୩୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Matric Examination: ଓଡ଼ିଶା ମାଟ୍ରିକ୍‍ ମୂଲ୍ୟାୟନ ହେବ ସିବିଏସ୍‍ଇ ଢାଞ୍ଚାରେ, ଆଜି ସୁଦ୍ଧା ଦାଖଲ ହେବ ମାର୍କ

ଆଜି ସର୍ବାଧିକ ୧୨୭୧ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୯୪ଜଣ, ବାଲେଶ୍ଵରରୁ ୩୦୨ଜଣ, ବରଗଡ଼ରୁ ୩୭୫ଜଣ, ଭଦ୍ରକରୁ ୬୩ଜଣ, ବଲାଙ୍ଗୀରିରୁ ୩୦୫ଜଣ, ବୌଦ୍ଧରୁ ୯୮ଜଣ, କଟକରୁ ୪୪୭ଜଣ, ଦେଓଗଡ଼ରୁ ୯୮ଜଣ, ଢେଙ୍କାନାଳରୁ ୪୭ଜଣ, ଗଜପତିରୁ ୧୨୧ଜଣ, ଗଞ୍ଜାମରୁ ୬୯ଜଣ, ଜଗତସିଂପୁରରୁ ୧୦୬ଜଣ, ଯାଜପୁରରୁ ୩୪୭ଜଣ, ଝାରସୁଗୁଡାରୁ ୩୧୬ଜଣ, କଳାହାଣ୍ଡିରୁ ୨୩୮ଜଣ, କନ୍ଧମାଳରୁ ୭୭ଜଣ,  କେନ୍ଦ୍ରାପଡ଼ାରୁ ୮୭ଜଣ,  କେଉଁଝରରୁ ୧୨୯ଜଣ, କୋରାପୁଟରୁ ୧୩୩ଜଣ, ମୟୁରଭଞ୍ଜରୁ ୧୯୦ଜଣ, ମାଲକାନଗିରିରୁ ୩୨ଜଣ, ନବରଙ୍ଗପୁରରୁ ୩୧୯ଜଣ, ନୟାଗଡ଼ରୁ ୨୫୦ଜଣ, ନୂଆପଡ଼ାରୁ ୨୬୧ଜଣ, ପୁରୀରୁ ୪୦୨ଜଣ, ରାୟଗଡାରୁ ୨୩୨ଜଣ, ସମ୍ବଲପୁରରୁ ୩୮୫ଜଣ, ସୋନପୁରରୁ ୨୪୮ଜଣ, ସୁନ୍ଦରଗଡ଼ରୁ ୬୩୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨ଲକ୍ଷ ୭୧ହଜାର ୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୭୯ହଜାର ୭୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୪୮୮ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ  ୪ ହଜାର ୬୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୩ହଜାର ୫୪୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Job card ଧାରୀ ଚନ୍ଦନା ବାଉରୀ BJP ଟିକେଟ୍ ରେ ହେଲେ MLA, ସ୍ୱାମୀ ଜଣେ ଦିନ ମଜୁରିଆ, ସୋସିଆଲ ମିଡିଆରେ ଚର୍ଚ୍ଚା

Share this: