Examination:ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ସ୍ଥଗିତ

Share this:

ଦିଲ୍ଲୀ: କୋଭିଡ-୧୯ (Covid-19) ର ଦ୍ଵିତୀୟ ଲହରୀ କାରଣରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ 2021 ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା (Offline Examination) କୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି।

କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅମିତ ଖାରେ ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ଅନୁରୋଧ କରାଯାଇଛି। ତେବେ ଅନଲାଇନ ପରୀକ୍ଷା ଆଦି ପୂର୍ବପରି ଜାରି ରହିବ। ଜୁନ ପ୍ରଥମ ସପ୍ତାହରେ ଏହି ନିଷ୍ପତ୍ତିର ପୁନଃ ସମୀକ୍ଷା କରାଯିବ ବୋଲି ଏହି ପତ୍ରରେ ଦର୍ଶାଯାଇଛି।

Related Post | OCS-2020: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ଆହୁରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହା ମଧ୍ୟ ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦିଆଯାଇଛି ଯେ ଯଦି ଶିକ୍ଷାନୁଷ୍ଠାନରେ କେହି କୌଣସି ପ୍ରକାର ସହାୟତା ଆବଶ୍ୟକତା କରୁଥାନ୍ତି ତେବେ ତାଙ୍କୁ ବିନା ବିଳମ୍ବରେ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ଯାହାଫଳରେ ସେ କୌଣସି ପ୍ରକାର ଚାପରୁ ମୁକ୍ତ ରହିବେ। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ନିମନ୍ତେ ଉତ୍ସାହିତ କରିବେ ଏବଂ ସମସ୍ତେ ନିରାପଦ ରହିବା ଲାଗି କୋଭିଡ-19 ଉପଯୁକ୍ତ ବ୍ୟବହାର ପାଳନ ସୁନିଶ୍ଚିତ କରିବେ।

Also Read | Job card ଧାରୀ ଚନ୍ଦନା ବାଉରୀ BJP ଟିକେଟ୍ ରେ ହେଲେ MLA, ସ୍ୱାମୀ ଜଣେ ଦିନ ମଜୁରିଆ, ସୋସିଆଲ ମିଡିଆରେ ଚର୍ଚ୍ଚା

Share this:

Leave a Reply

Your email address will not be published. Required fields are marked *