Corona: ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୮୪୯ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ:ଅନୁଗୁଳ (Angul) ଜିଲ୍ଲାରେ କରୋନା (Corona Virus) ସ୍ଥିତି ବିଗିଡିବାରେ ଲାଗିଛି। ଦିନକୁ ଦିନ କରୋନା ଭୂତାଣୁ କମିବ କଣ ତୀବ୍ରଗତିରେ ମାଡି ଚାଲିଛି। ଆଜି ଜିଲ୍ଲାରେ ରେକର୍ଡ ସଂଖ୍ୟକ ୮୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତକ ସଂଖ୍ୟା ୮୫୩ରେ ପହଂଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୮୫ଜଣ (୧୧୦ଜଣ ପୁରୁଷ ଓ ୭୫ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୧୩୮ଜଣ (୯୫ଜଣ ପୁରୁଷ ଓ ୪୩ଜଣ ମହିଳା), ଅନୁଗୁଳ ବ୍ଲକ୍ ଅଂଚଳରୁ ୧୧୯ଜଣ (୭୯ ଜଣ ପୁରୁଷ ଓ ୪୦ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୮୦ଜଣ (୫୪ଜଣ ପୁରୁଷ ଓ ୨୬ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୭୧ଜଣ (୫୦ଜଣ ପୁରୁଷ ଓ ୨୧ଜଣ ମହିଳା), କିଶୋରନଗର ବ୍ଲକ୍‌ ଅଂଚଳରୁ ୬୭ଜଣ (୨୭ଜଣ ପୁରୁଷ ଓ ୪୦ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୬୭ଜଣ (୪୦ଜଣ ପୁରୁଷ ଓ ୨୭ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୫୪ଜଣ (୩୦ଜଣ ପୁରୁଷ ଓ ୨୪ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୮ଜଣ (୨୧ ଜଣ ପୁରୁଷ ଓ ୭ ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୪ଜଣ (୧୪ଜଣ ପୁରୁଷ ଓ ୧୦ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୬ଜଣ ( ୧୦ଜଣ ପୁରୁଷ ଓ ୬ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୯ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୫୩୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୭ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | କାଶ ଏବଂ ଛିଙ୍କିବା ଦ୍ଵାରା corona ଭୂତାଣୁ ୧୦ ମିଟର ବିସ୍ତାର କରିପାରିବ

[amazon_auto_links id=”9939″]
Share this: