SARS-Cov 2: ବ୍ରିଟେନ୍‍ରୁ ଭୁବନେଶ୍ୱର ଫେରିଥିବା ଯୁବକ କରୋନା ଚିହ୍ନଟ; ନୂଆ ଷ୍ଟ୍ରେନ୍‍ ଜାଣିବା ପାଇଁ କରାଯିବ ଜିନ୍‍ ଅନୁଶୀଳନ

Share this:

ଭୂବନେଶ୍ଵର: ଇଂଲଣ୍ଡ (England) ଦେଶରେ କରୋନା ଭୂତାଣୁ (Corona Virus) ର ଏକ ପରିବର୍ଦ୍ଧିତ ଅବସ୍ଥା ‘ସାର୍ସ-କୋଭିଡ୍ ୨’ (SARS-Cov 2)ର ସଂକ୍ରମଣ ଦେଖାଦେଇଛି, ଯାହାକି କୋଭିଡ୍-୧୯ (Covid-19) ଅପେକ୍ଷା ଅଧିକ ସଂକ୍ରମଣକ୍ଷମ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ବ୍ରିଟେନ୍‍ରୁ ଭୁବନେଶ୍ୱର ଫେରିଥିବା ଯୁବକଙ୍କ କରୋନା ସଂକ୍ରମିତ ହୋଇଥିବା ଘଟଣାରେ ତାଙ୍କ ଶରୀରରେ କୋଭିଡର ନୂଆ ଷ୍ଟ୍ରେନ୍‍ ରହିଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ଜିନ୍‍ ଅନୁଶୀଳନ କରାଯିବ। ପୁନେ ସ୍ଥିତ ଏନ୍‍ଆଇଭିରେ ତାଙ୍କର ଜିନମ ସିକ୍ୟୁଏନ୍ସ ପାଇଁ ସ୍ୱାବ ନମୂନା ପୁଣେ ପଠାଯାଇଥିବା ଆଇଏଲ୍‍ଏସ୍‍ (ILS)ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ କମିସନର କହିଛନ୍ତି ବ୍ରିଟେନ୍‍ ଫେରନ୍ତା ସମ୍ପୃକ୍ତ ଯୁବକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ କୋଭିଡ୍‍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ପୃଥକବାସରେ ରଖି ତାଙ୍କ ଚିକିତ୍ସା କରାଯାଉଥିବା ଜଣାପଡିଛି। ତାଙ୍କ ନମୂନାରେ ବ୍ରିଟେନ୍‍ରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ଅଛି ନା ପୁରୁଣା କରୋନା ଭୂତାଣୁ ଷ୍ଟ୍ରେନ୍‍ ରହିଛି ତାହା ଜାଣିବା ପାଇଁ RMRC କୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି।

ଅନ୍ୟପକ୍ଷରେ ବିଦେଶ ଫେରନ୍ତାମାନେ ନିଜ ତଥ୍ୟ ଦେବାକୁ ଆହ୍ୱାନ ଦେଇଛନ୍ତି ଡିଏମ୍‍ଇଟି ସି.ବି.କେ ମହାନ୍ତି।  ନଭେମ୍ବର ୨୫ରୁ ଡିସେମ୍ବର ୨୩ ତାରିଖ ମଧ୍ୟରେ ଇଂଲଣ୍ଡରୁ ଆସିଥିବା ବିଦେଶୀ ଓ ଭାରତୀୟ ନାଗରିକ କଣ୍ଟ୍ରୋଲ ରୁମ ଫୋନ୍ ନମ୍ବର: ୦୬୭୪-୨୩୯୦୪୬୬ ରେ ସୂଚନା ପ୍ରଦାନ କରନ୍ତୁ।

Also Read | Weather Report: ରାଜ୍ୟରେ ପ୍ରବଳ ଶୀତ ଜାରି

[amazon_auto_links id=”10233″]

Share this: