Covid-19 Odisha: ଆଜି ରାଜ୍ୟରୁ ୨୬୩ ନୂଆ କରୋନା ପଜିଟିଭ ଚିହ୍ନଟ, ଅନୁଗୋଳରୁ ସର୍ବାଧିକ

Share this:

ଭୁବନେଶ୍ଵର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛିଦିନ ହେବ ୪୦୦ରୁ ନିମ୍ନରେ ରହୁଛି। ଆଜି ରାଜ୍ୟରୁ ୨୬୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧ ଜଣ ସଙ୍ଗରୋଧ (Quarantine) ରୁ ଏବଂ ୧୧୨ ଜଣ ସ୍ଥାନୀୟ ଅଞ୍ଚଳ(Local Contacts) ରୁ ଆକ୍ରାନ୍ତ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୫୪୨କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ ୪୫ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୪୧, କଟକରୁ ୨୯, ମୟୂରଭଞ୍ଜରୁ ୧୯, ପୁରୀରୁ ୧୬, ଖୋର୍ଦ୍ଧାରୁ ୧୫, ବାଲେଶ୍ୱର ଓ କେନ୍ଦ୍ରାପଡାରୁ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୧୩ ଜଣ, ନୂଆପଡ଼ାରୁ ୧୧ ଜଣ,  କେଉଁଝରରୁ ୮ ଜଣ, ଭଦ୍ରକରୁ ୭ ଜଣ, କଳାହାଣ୍ଡିରୁ ୫ ଜଣ, ଦେଓଗଡ ଓ ବଲାଙ୍ଗୀରିରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।  

ଏଥିସହିତ ଆଜି ୪ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୫୦ରେ ପହଞ୍ଚିଛି।

[amazon_auto_links id=”9939″]

Share this: