Hockey Stadium: ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

Share this:

ରାଉରକେଲା: ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ (Hockey Stadium) ନିର୍ମାଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଘୋଷଣା କରିଛନ୍ତି। ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକଙ୍କ ବସିବାର କ୍ଷମତା ରହିବ।

ରାଉରକେଲାଠାରେ ଖୁବ୍‍ଶୀଘ୍ର ନିର୍ମାଣ ହେବ ଆନ୍ତର୍ଜାତିକ ସ୍ତରର ହକି ଷ୍ଟାଡିୟମ। ଏହା ହେବ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ୨୦୨୩ରେ ଓଡ଼ିଶା ପୁଣିଥରେ ସମ୍ମାନଜନକ ପୁରୁଷ ହକି ବିଶ୍ୱକପ୍‍ ଆୟୋଜନର ସୁଯୋଗ ପାଇଛି। ଓଡ଼ିଶାର ଉଭୟ ଭୁବନେଶ୍ୱର ଓ ରାଉରକେଲାଠାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ରାଉରକେଲାର ନୂତନ ହକି ଷ୍ଟାଡିୟମରେ ୨୦ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ବସି ହକି ଖେଳ ଉପଭୋଗକରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଷ୍ଟାଡିୟମରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ; ଯାହାକି ଏକ ନୂଆ ଅନୁଭବ ଆଣିଦେବ। ଷ୍ଟାଡିୟମର ବିଶ୍ୱସ୍ତରୀୟ ଭିତ୍ତଭୂମି ସୁନ୍ଦରଗଡ ଜିଲ୍ଲାର ହକି ଖେଳାଳିଙ୍କୁ ନୂଆ ପ୍ରେରଣା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

Also Read | Puri News: ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର; ପରିଚୟପତ୍ର ଜରୁରୀ

Share this:

Leave a Reply

Your email address will not be published. Required fields are marked *